୮କୋଟି ଠକେଇ ଅଭିଯୋଗରେ SBI ଡେପୁଟି ମ୍ୟାନେଜର ଗିରଫ

add-all

ଭୁବନେଶ୍ୱର : ୮ କୋଟି ଟଙ୍କାର ବ୍ୟାଙ୍କ ଲୋନ୍‌ ଫ୍ରଡ ମାମଲା । ଫୁଲବାଣୀସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଡେପୁଟି ମ୍ୟାନେଜର ଗିରଫ । ଆଶୁତୋଷ ଆଚାର୍ଯ୍ୟଙ୍କୁ ୮ କୋଟି ୧ ଲକ୍ଷ ୮୭ହଜାର ଟଙ୍କାର ଫ୍ରଡ ମାମଲାରେ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ EOW । ଗତକାଲି ଗିରଫ ହୋଇଥିବା ଆଶୁତୋଷ ଆଚାର୍ଯ୍ୟଙ୍କୁ ଆଜି ଫୁଲବାଣୀ ଏସଡିଜେଏମ କୋର୍ଟରେ ହାଜର କରାଯିବ।

ଖବର ଅନୁଯାୟୀ, ଫୁଲବାଣୀ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଥିଲେ ଆଶୁତୋଷ । ସେ ଡେପୁଟି ମ୍ୟାନେଜର ଓ ଫିଲଡ ମ୍ୟାନେଜର ବି ଥିଲେ । ଏହି ସମୟରେ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ନକଲି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ସେ ନିଜର ସଂପର୍କୀୟ ଓ ପରିଚିତ ଲୋକଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ଜଣାଯାଇଛି । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ହୋଇଛି ଏହି ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାଯାଇଛି। ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୫୯ ଲୋକଙ୍କୁ ଋଣ ଦିଆଯାଇଥିଲା।

ଏହି ସବୁ ଟଙ୍କା ଗୁଡିକ ବେଆଇନ ଭାବେ ପରିବାରର ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ମଞ୍ଜୁରୀ କରି ଟଙ୍କା ହଡ଼ପ କରିଥିଲେ । ଜାଲ କାଗଜପତ୍ର ଜରିଆରେ ଏସବୁ ଘୋଟଲା କରାଯାଇଛି । ଯେଉଁମାନଙ୍କ ନାମରେ ଲୋନ ଯାଇଛି ସେମାନେ ଏବିଷୟରେ ଆଜ୍ଞାତ ଅଛନ୍ତି ।

ad-week
Leave A Reply

Your email address will not be published.