ଧୋନି, ମିତାଲି, ଯୁବରାଜଙ୍କୁ ଆଜୀବନ ସଦସ୍ୟତା ଦେଲା ଏମ୍‌ସିସି

add-all

ଲଣ୍ଡନ: ‌ଭାରତ ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଏହି ଦଳର ସଦସ୍ୟ ଥିବା ଯୁବରାଜ ସିଂହ ଓ ସୁରେଶ ରାଇନାଙ୍କୁ ମେରିଲିବୋନ୍‌ କ୍ରିକେଟ କ୍ଲବ୍‌ (ଏମ୍‌ସିସି) ଆଜୀବନ ସଦସ୍ୟତା ପ୍ରଦାନ କରିଛି। ଏମାନଙ୍କ ବ୍ୟତୀତ ଦୁଇ ମହିଳା କ୍ରିକେଟର ମିତାଲି ରାଜ ଓ ଝୁଲଣ ଗୋସ୍ବାମୀଙ୍କୁ ମଧ୍ୟ ଏହି ସଦସ୍ୟତା ପ୍ରଦାନ କରାଯାଇଥିବା ଏମ୍‌ସିସି ପକ୍ଷରୁ ଘୋଷଣା କରାଯାଇଛି। ବୁଧବାର କ୍ଲବ୍‌ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଭାରତ ଓ ଇଂଲଣ୍ଡରୁ ୫ ଜଣ ଲେଖାଏଁ ପୂର୍ବତନ କ୍ରିକେଟରଙ୍କ ସହିତ ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ରୁ ମୋଟ୍‌ ୧୯ ଜଣ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ଆଜୀବନ ସଦସ୍ୟତା ଦିଆଯାଇ ସମ୍ମାନ ପ୍ରଦାନ କରାଯାଇଛି। ଏହି ତାଲିକାରେ ରହିଥିବା ଅନ୍ୟ କ୍ରିକେଟରମାନେ ହେଉଛନ୍ତି ମେରିସା ଅଗୁଇଲେରିଆ (ୱେଷ୍ଟଇଣ୍ଡିଜ), ଏସ୍‌.ଏଚ୍‌. ଚୌଧୁରୀ (ବାଂଲାଦେଶ), ଜେନି ଗନ୍‌ (ଇଂଲଣ୍ଡ), ମହମ୍ମଦ ହାଫିଜ୍‌ (ପାକିସ୍ତାନ), ରାଚେଲ ହେନ୍‌ସ୍‌ (ଅଷ୍ଟ୍ରେଲିଆ), ‌ଲୌରା ମାର୍ସ (ଇଂଲଣ୍ଡ), ଇଅନ୍‌ ମୋର୍ଗାନ (ଇଂଲଣ୍ଡ), ମସ୍ରଫେ ମୋର୍ତାଜା (ବାଂଲାଦେଶ), କେଭିନ୍‌ ପିଟରସନ୍‌ (ଇଂଲଣ୍ଡ), ଏମି ସଟରର୍ଥୱେଟ୍‌ (ନ୍ୟୁଜିଲାଣ୍ଡ), ଅନ୍ୟା ସ୍ରବସୋଲ (ଇଂଲଣ୍ଡ), ଡେଲ୍‌ ଷ୍ଟେନ୍‌ (ଦକ୍ଷିଣ ଆଫ୍ରିକା), ରସ୍‌ ଟେଲର (ନ୍ୟୁଜିଲାଣ୍ଡ)।

ad-week
Leave A Reply

Your email address will not be published.