ସ୍ୱାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଦେଇଥିବା ଘଟଣା : ବନ୍ଧା ହେଲା ପତି ହନ୍ତା ପତ୍ନୀ

add-all

ଭଂଜନଗର : ବନ୍ଧା ହେଲା ପତି ହନ୍ତା । ସ୍ୱାମୀ ଉପରେ କିରୋସିନି ଢାଳି, ନିଆଁ ଲଗାଇ ପୋଡି ମାରିବା ଅଭିଯୋଗରେ ସ୍ତ୍ରୀ ଗିରଫ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗାଁରେ ଗତ ୪ ତାରିଖ ଦିନ ଘଟିଥିଲା ଏଭଳି ଅମାନୁଷିକ ଘଟଣା । ମୃତକ କୁଲାଡ଼ ଗାଁର ପ୍ରଫୁଲ୍ଲ ସାବତ। ଅଭିଯୁକ୍ତ ସ୍ତ୍ରୀ ପ୍ରମିତା ସାବତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଂଜନଗର ପୋଲିସ।

ପାରିବାରିକ ଅସନ୍ତୋଷକୁ କେନ୍ଦ୍ରକରି, ଘର ଭିତରେ ସ୍ୱାମୀ ପ୍ରଫୁଲ୍ଲଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ସ୍ତ୍ରୀ ପ୍ରମିତା। ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତ ପ୍ରଫୁଲ୍ଲଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ, ଅଭିଯୁକ୍ତ ପତ୍ନୀ ପ୍ରମିତାକୁ ଗିରଫ କରିଛି ପୋଲିସ ।

ad-week
Leave A Reply

Your email address will not be published.