ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ

add-all

ପାଟଣାଗଡ: ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଯୋଗୀମୁଣ୍ଡା ହାଇସ୍କୁଲର ଶିକ୍ଷକ ସତ୍ୟ ନାଏକ ମାର୍ଚ୍ଚ ୨୮ ତାରିଖରେ ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ନିଜ ଘରକୁ ଡାକି ସାଙ୍ଗରେ ନେଇଥିଲେ। ତେବେ ସେ ପାଟଣାଗଡ଼କୁ ନ ଆସି ପଦ୍ମପୁର ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ବିରୋଧ କରି ଜୋରରେ କାନ୍ଦିବାରୁ ତାକୁ ଛାଡି ଦେଇଥିଲେ। ଏହି କଥା ଘରେ କିମ୍ବା ବାହାରେ ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ପରେ ଛାତ୍ରୀଜଣକ ସ୍କୁଲ ଯିବାକୁ ମନା କରିବାରୁ ତାଙ୍କ ମାଆ ପଚାରିଥିଲେ। ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ଘଟଣା ସଂପର୍କରେ କହିବା ପରେ ପରିବାର ପକ୍ଷରୁ ଶିକ୍ଷକ ସତ୍ୟ ନାଏକଙ୍କ ବିରୋଧରେ ପାଟଣାଗଡ ଥାନାରେ ଏତଲା ଦେଇଥିଲେ। ପାଟଣାଗଡ ପୋଲିସ ଆଇପିସିର ବିଭିନ୍ନ ଧାରା ଓ ପୋକ୍‌ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ଶିକ୍ଷକଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଆଜି ଉଭୟଙ୍କ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତ ଶିକ୍ଷକକୁ ବଲାଙ୍ଗିର ପୋକ୍‌ସୋ କୋର୍ଟରେ ହାଜର କଲାପରେ ଜେଲକୁ ପଠାଇଦିଆଯାଇଛି।

ad-week
Leave A Reply

Your email address will not be published.