ଜାତୀୟପଞ୍ଚାୟତପୁରସ୍କାର୨୦୨୩ ହିଞ୍ଜିଳିକାଟୁ ବ୍ଳକ ଶ୍ରେଷ୍ଠ ଘୋଷିତ

add-all


ହିଞ୍ଜିଳିକାଟୁ : ଦେଶରେ ଗଞ୍ଜାମ ଜିଲ୍ଲା ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଦେଶରେ ୬୬୧୨ ଵ୍ଳକ ମଧ୍ୟରୁ ହିଞ୍ଜିଳିକାଟୁ ବ୍ଲକ୍ ଶ୍ରେଷ୍ଠ ଘୋଷିତ ହୋଇଛି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ପଞ୍ଚାୟତ ପୁରଷ୍କାର ୨୦୨୩ ବିଜ୍ଞପ୍ତି ପ୍ରକାଶ ପାଇଛି।ପଞ୍ଚାୟତିରାଜ ମନ୍ତ୍ରଣାଳୟ ର ଅର୍ଥ ନୈତିକ ପରାମର୍ଶଦାତା ଡଃ ଵିଜୟ କୁମାର ଵେହେରା ଏନେଇ ଚିଠି ନଁ ୧୧୦୧୯।୧୮।୨୦୨୦ ତାରିଖ ୭।୪।୨୩ ରେ ତାଲିକା ପ୍ରକାଶ କରିଛନ୍ତି। ଦାନଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ପୁରଷ୍କାର ହିଞ୍ଜିଳିକାଟୁ ବ୍ଳକ ଓ ଦେଶରେ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ପଞ୍ଚାୟତ ୨ୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଏବଂ ଶାସନଆମ୍ବଗାଁ ୨ୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଘୋଷିତ ହୋଇଛି। ହିଞ୍ଜିଳିକାଟୁ ବ୍ଲକ ର ଦୁଇ ପଞ୍ଚାୟତ ର ଜନପ୍ରତିନିଧି କଞ୍ଚୁରୁ ପଞ୍ଚାୟତ ସରପଞ୍ଚ ମଦନ ମୋହନ ସେଠୀ ଓ ସାସନ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ ଙ୍କ ସହ ପଞ୍ଚାୟତ ବାସୀ ଙ୍କ ସହଯୋଗ କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗ କୁ ହିଞ୍ଜିଳିକାଟୁ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା କୃତଜ୍ଞତା ଜଣାଇଛନ୍ତି।
ସେହିପରି ସାମାଜିକ ସୁରକ୍ଷା ପଞ୍ଚାୟତ ଭାବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ ପଞ୍ଚାୟତ ଦେଶରେ ୨ୟ ସ୍ଥାନ ଅଧିକାର କରିଛି। ସ୍ପେଶିଆଲ କାଟୋଗାରୀ ପୁରସ୍କାର ତାଲିକାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଆଙ୍କୁଲି ପଞ୍ଚାୟତ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ଘୋଷିତ ହୋଇଛି। ଏଥି ନେଇ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଚିଠି ଓ ତାଲିକା ଶୁକ୍ରବାର ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.