ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ

add-all

ଆଠଗଡ଼ : ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ।ମୃତ ଶିଶୁ ଜଣକ ହେଲା ଚିକୁ ନାଏକ।

ଗତକାଲି ଗୁଡ଼ ଫ୍ରାଇଡେ ଥିବାରୁ ସ୍କୁଲ୍‌ ବନ୍ଦ ରହିଥିଲା। ଗ୍ରାମର କିଛି ପିଲା ସ୍କୁଲ୍‌ ପାଖକୁ ଖେଳିବା ପାଇଁ ଯାଇଥିଲେ। ଖେଳୁ ଥିବା ସମୟରେ ସ୍କୁଲ୍‌ ଗେଟ୍‌ରେ କିଛି ପିଲା ଚଢ଼ି ଦୋଳି ଖେଳୁଥିଲେ । ହଠାତ ଗେଟ୍‌ ଟି କାନ୍ଥ ରୁ ଛିଣ୍ଡି ପଡ଼ିଥିଲା ଅସାବଧାନ ବଶତଃ ଜଣେ ପିଲା ଗେଟ୍‌ ଉପରେ ରହିଯାଇ ଥିବାରୁ ତା ଉପରେ ଗେଟ୍‌ ଟି ପଡି ଯାଇଥିଲା । ଅନ୍ଯ ପିଲାମାନେ ସୌଭାଗ୍ଯ ବଶତଃ ବଞ୍ଚି ଯାଇଥିଲେ। କିନ୍ତୁ ଚିକୁ ନାମକ ପିଲା ଉପରେ ଏକ କୁଇଣ୍ଟାଲ୍‌ ଓଜନର ଗେଟ୍‌ ଟି ଖସି ପଡ଼ିଥିଲା। ଘଟଣା ସ୍ଥଳରେ ହିଁ ପିଲାଟିର ମୃତ୍ୟୁ ହୋଇଥିଲା।

ସ୍କୁଲ ଗେଟ୍‌ଟି ପିଲାଟି ଉପରେ କିପରି ପଡ଼ିଲା, ଗେଟ୍‌ଟି ଠିକ୍‌ ଭାବରେ ଲାଗି ଥିଲା ନାହିଁ, ଗେଟ୍‌ଟି ଯଦି କଳିଙ୍ଗି ଖାଇ ନଷ୍ଟ ହୋଇଯାଇଥିଲା, ତାହାହେଲେ ପ୍ରଧାନ ଶିକ୍ଷକ କାହିଁକି ଏତିପ୍ରତି ନଜର ଦେଉନଥିଲେ ପୋଲିସ ସେ ନେଇ ତଦନ୍ତ କରୁଛି।

ad-week
Leave A Reply

Your email address will not be published.