ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ବିଳାସପୁରରୁ ଉଦ୍ଧାର କଲା ପୁଲିସ

add-all

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ଛତିଶଗଡ଼ର ବିଳାସପୁରରେ ଠାବ କରାଯାଇଛି। ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା। ଏବେ ନାବାଳକକୁ ବିଳାସପୁରରୁ ଝାରସୁଗୁଡ଼ାକୁ ଅଣାଯାଉଛି। ଏହାପରେ ତାକୁ ପରିବାରକୁ ହସ୍ତାନ୍ତର କରାଯିବ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କ ମା’ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିବାବେଳେ ଘରେ ନାବାଳକ ଓ ତାଙ୍କର ଭାଇ ଥିଲେ। ସେହିଦିନ ଅପରାହ୍ନରେ ହିଁ ନାବାଳକ ଘରୁ ବାହାରେ ଛିଡ଼ା ହୋଇଥିବା ବେଳେ ଏହା ପରଠାରୁ ତାଙ୍କର ଆଉ କୌଣସି ଖୋଜ୍ ଖବର ମିଳୁନାହିଁ। ଶନିବାର ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେ। ତଥାପି ନାବାଳକଙ୍କର କୌଣସି ପତ୍ତା ମିଳି ନଥିଲା।
ଏହାପରେ ରବିବାର ସକାଳୁ ସେମାନେ ଝାରସୁଗୁଡ଼ା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଅପହରଣକାରୀଙ୍କ ଫୋନ୍ କଲ୍ ଆସି ନଥିବା କୁହାଯାଇଛି।
ଝାରସୁଗୁଡ଼ା ଥାନା କର୍ତ୍ତୃପକ୍ଷ ଅପହରଣ ଘଟଣାକୁ ସତ ବୋଲି କହିଥିବା ବେଳେ ତଦନ୍ତ ଜାରି ରଖିଥିଲେ।

ad-week
Leave A Reply

Your email address will not be published.