ବାର୍‌ରେ ଚାଲୁଥିଲା ରାମାୟଣ ଭିଡିଓ, ବନ୍ଧା ହେଲେ ୨

add-all

ନୋଏଡ଼ା : ରେଷ୍ଟୁରାଣ୍ଟ- ବାର୍‌ରେ ଜମିଥିଲା ମଦର ଆସର। ଏହି ସମୟରେ ଗରାଖଙ୍କ ମନୋରଞ୍ଜନ ନିମନ୍ତେ ଏଲଇଡି ସ୍କ୍ରିନ୍‌ରେ ଚାଲିଥିଲା ଟିଭି ସିରିଏଲ୍ ରାମାୟଣର ଡବ୍ ଭିଡିଓ । ଏହି ଭିଡିଓ ଭାଇରାଲ ହେବା ପରେ ଏହାଦ୍ୱାରା ଭାରତୀୟ ସଂସ୍କୃତିକୁ ଅପମାନିତ କରାଯାଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ୍‌ ଉକ୍ତ ରେଷ୍ଟୁରାଣ୍ଟର ମାଲିକ ଓ ମ୍ୟାନେଜରଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ୟୁପିର ନୋଏଡାରେ ଘଟିଛି।
ସୋମବାର ସକାଳେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ଗାର୍ଡେନ ଗ୍ୟାଲେରିଆ ମଲରେ ଅବସ୍ଥିତ ଲର୍ଡ ଅଫ୍ ଦି ଡ୍ରିଙ୍କ୍ସ ରେଷ୍ଟୋ- ବାର୍‌ ବୋଲି ଜଣାଯାଇଛି। ସୋଶାଲ ମିଡିଆରେ ସିରିଏଲର ଡବ ଭିଡିଓର ଏକ କ୍ଲିପ୍ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ପ୍ରଭୁ ରାମ ଏବଂ ରାବଣ ଚରିତ୍ର ଦେଖିବାକୁ ମିଳୁଥିବା ବେଳେ ପୃଷ୍ଠଭୂମିରେ ଆଧୁନିକ ସଙ୍ଗୀତ ବଜା ଯାଉଥିବା ଦେଖାଯାଇଛି । ଏହାକୁ ନେଇ ତୀବ୍ର ଆପତ୍ତି ଉଠିଥିବା ବେଳେ ଏନେଇ ତୁରନ୍ତ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଛି।
ସାର୍ବଜନିନ ଶାନ୍ତି ଭଙ୍ଗ କରିବା ସହ ସଦଭାବନାକୁ ଆଘାତ ପହଞ୍ଚାଇବା, ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରତି କୁଠାରଘାତ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଏହି ଭିଡିଓ ଭାଇରାଲ ହେବା ପରେ କିଛି ଯୁବକ ଉକ୍ତ ବାର୍‌କୁ ଯାଇ ଭଙ୍ଗାରୁଜା କରିଥିବା ଜଣାଯାଇଛି।
ଏହି ଘଟଣାରେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ବାର୍‌ ମାଲିକ ମୀନାକ କୁମାର ଏବଂ ମ୍ୟାନେଜର ଅଭିଷେକ ସୋନିଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। ଉକ୍ତ ସମୟରେ ବାର୍‌ରେ ଉପସ୍ଥିତ ଥିବା ଡିଜେ ଅପରେଟର ଫେରାର ହୋଇ ଯାଇଥିବା ବେଳେ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ad-week
Leave A Reply

Your email address will not be published.