୪୦ ଡିଗ୍ରି ଉପରେ ୯ଟି ସହର; ବାରିପଦାରେ ୪୦.୬, ଭୁବନେଶ୍ବରରେ ପାରା ୪୦.୭ ଡିଗ୍ରି ରେକର୍ଡ

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପ୍ରବଳ ଖରା ଓ ତାପମାତ୍ରା ଅନୁଭୁତ ହୋଇଛି। ରାଜ୍ୟର ୯ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାରିପଦାରେ ଆଜି ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟରେ ମାର୍ଚ୍ଚ ମାସରେ ଖରାର ପ୍ରଭାବ ଜଣାପଡ଼ି ନଥିଲା ବେଳେ ଏପ୍ରିଲ ୨ୟ ସପ୍ତାହରୁ ପୁଣି ତାପମାତ୍ରା ବଢ଼ିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।

ଆଜିର ତାପମାତ୍ରା

ବାରିପଦା: ୪୧.୬
ଝାରସୁଗୁଡା: ୪୧.୨ ଡ଼ିଗ୍ରି
ସମ୍ବଲପୁର: ୪୦.୮ ଡ଼ିଗ୍ରି
ଭୁବନେଶ୍ୱର: ୪୦.୭ ଡ଼ିଗ୍ରି
କଟକ: ୪୦.୦
ଅନୁଗୁଳ: ୪୦.୧
ସୁନ୍ଦରଗଡ଼: ୪୦.୦
ଟିଟିଲାଗଡ଼: ୪୦.୫
ବୌଦ୍ଧ: ୪୦.୫

ଆଜି ସକାଳୁ ସକାଳୁ ଗ୍ରୀଷ୍ମର ଜ୍ବାଳା ରାଜଧାନୀବାସୀଙ୍କୁ ଅତିଷ୍ଠ କରିପକାଇଥିଲା। ଦିନ ବଢ଼ିବା ସହ ତାତି ଅସହ୍ୟ ହୋଇପଡ଼ିଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରିରେ ପହଞ୍ଚିଥିଲା। ଭୁବନେଶ୍ବରର ତାପମାତ୍ରା। ଦିନ ସାଢ଼େ ୧୧ଟା ସୁଦ୍ଧା ୩୭.୨ ଡିଗ୍ରି ଓ ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ୩୯ ଡିଗ୍ରି ଅତିକ୍ରମ କରିସାରିଥିଲା ରାଜଧାନୀ ପାରଦ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜଧାନୀ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ad-week
Leave A Reply

Your email address will not be published.