ଏ ବର୍ଷ ହେବନି ପାୱାରକଟ : ଶକ୍ତି ମନ୍ତ୍ରୀ

add-all

ଭୁବନେଶ୍ବର: ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ପ୍ରଚଣ୍ଡ ଗରମରେ ବିନା କରେଣ୍ଟ୍‌ରେ ରହିବା ଅସମ୍ଭବ ମନେ ହେଉଥିବା ବେଳେ ‌ଏବେ ଆସିଥିବା ଖବରଟି ଆପଣଙ୍କୁ ଆଶ୍ବସ୍ତ କରିବ। ଲୋକଙ୍କୁ ଆଶ୍ବାସନା ଦେଇ ଏବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସେ ଆହୁରି ବି କହିଛନ୍ତି ଯେ ‘ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌  ହେଇନି କି ହେବାର ସମ୍ଭାବନା ବି ନାହିଁ। ଏହା ଗଣମାଧ୍ୟମର କାଳ୍ପନିକ ଖବର। ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ନଈ ନ ଦେଖୁଣୁ ଖାଲି ଲଙ୍ଗଳା ହେଉଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ। ପ୍ରତିଶ୍ରୁତି ଦେଉଛି ଯେ ଏବର୍ଷ ପ‌ାୱାର୍‌ କଟ୍‌ ହେବନି।

ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, ‌ଯେଉଁ କାରଣରୁ ବିଜୁଳି ନଥାଇପାରେ। କୋଉଠି କେଉଁ ପ୍ରକାରର ଯାନ୍ତ୍ରିକ ତ୍ରୁଟି ଥାଇପାରେ କାଳବୈଶାଖୀ ପାଇଁ। ଲୋକଙ୍କ ଦାବି ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି।’

ad-week
Leave A Reply

Your email address will not be published.