‘ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି’

add-all

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ତାପମାତ୍ରା ବଢିବା ସହ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଥିବା ବେଳେ ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସେ କହିଛନ୍ତି, ‘‘ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରଖାନା‌ରେ କୁଲର, ଏସି ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଜରୁରୀକାଳୀନ ଔଷଧ ସହ ଆବଶ୍ୟକ ସ୍ଥଳେ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି। ପ୍ରତି ଜିଲ୍ଲାରେ କଲ୍‌ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଉଛି।  ଜିଲ୍ଲାରେ ଜିଲ୍ଲାପାଳଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା କେହି ବି ଅଂଶୁଘାତର ଶିକାର ହୋଇନାହାନ୍ତି। ଆଗାମୀ ଚାରି ଦିନ ପ୍ରବଳ ଗୀଷ୍ମ ପ୍ରବାହ ରହିବ। ଏଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।’’

ଅନ୍ୟପକ୍ଷରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଡାକ୍ତରଖାନାଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଛି।  କରୋନାର ୪ର୍ଥ ଲହରରେ ପିକ୍‌ ହୋଇ ନଥିଲା। ଯେଉଁ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ସେଠାରେ ଡାକ୍ତରଖାନାରେ ଭର୍ତ୍ତି ହେବାର ସଂଖ୍ୟା ସେପରି ବେଶି ନାହିଁ।  ଆତଙ୍କିତ ହେଲା ଭଳି ପରିସ୍ଥିତି ଆସିନାହିଁ। ତେଣୁ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି।

ad-week
Leave A Reply

Your email address will not be published.