ଖରା ବଢ଼ିଲେ, ପରିସ୍ଥିତି ଦେଖି ପୁଣି ନିଷ୍ପତ୍ତି ନିଆଯିବ: ରାଜସ୍ୱ ମନ୍ତ୍ରୀ

youtube

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏଥିଲାଗି ଆଗରୁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଶ୍ରମିକମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା ଯାଏ କାମ ନ କରିବାକୁ ନିର୍ଦେଶ ରହିଛି। ଜିଲ୍ଲା ଶ୍ରମ ଅଧିକାରୀ ଏହାର ତଦାରଖ କରିବେ। ଶ୍ରମିକମାନଙ୍କ ପାଇଁ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବେ। ସ୍କୁଲ ଓ ଅଙ୍ଗନବାଡ଼ି ଏପ୍ରିଲ ୧୬ ତାରିଖ ଯାଏ ବନ୍ଦ ରହିଛି। ଖରା ବଢିଲେ, ପରିସ୍ଥିତି ଦେଖି ପୁଣି ନିଷ୍ପତ୍ତି ନିଆଯିବ। କଲେଜରେ ପରୀକ୍ଷା ଚାଲିଛି। ସରିବା ପରେ ଖରାକୁ ଦେଖି ନିଷ୍ପତ୍ତି ନିଆଯିବ।

ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି, ବସରେ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ଦରକାର ପଡ଼ିଲେ, ଦିନ ୧୧ଟାରୁ ୩ଟା ଭିତରେ ରୁଟର ସମୟ ପରିବର୍ତ୍ତନ କରିବାକୁ କୁହାଯାଇଛି। ବସରେ ବରଫ, ଓଆରଏସ୍, ପାଣି ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ବସ୍ ରୁଟରେ ଜଳଛତ୍ର ଖୋଲିବାକୁ କୁହାଯାଇଛି। ଗାଁରେ ନଳକୂପ ମରାମତି ପାଇଁ ନିର୍ଦେଶ ଦିଆଯାଇଛି। ଅଂଶୁଘାତ ରୋଗୀଙ୍କ ପାଇଁ ହସ୍ପିଟାଲରେ ଶଯ୍ୟା ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ରୋଗୀ ଆସିଲେ, ତୁରନ୍ତ ଚିକିତ୍ସା ପାଇବେ।

Leave A Reply

Your email address will not be published.