ନିୟମିତ ହେବେ ୧୮ ହଜାରରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକ…

add-all

ଭୁବନେଶ୍ବର: ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହେବେ। ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ  ୧୮ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ ଶିକ୍ଷକ ଉପକୃତ ହେବେ। ଏମାନେ ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ।

ଚାକିରି ନିୟମିତ କରିବା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଥି‌ଲା ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ସଂଘ ସଭାପତି ପଞ୍ଚାନନ ଜେନା କହିଥିଲେ ଯେ ଗତ ନଭେମ୍ବର ୧୫ ତାରିଖରେ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଏକ ନୋଟିଫିକେସନ ପ୍ରକାଶ କରାଯାଇଥିଲା ଏବଂ ସମସ୍ତ ଚୁକ୍ତିଭିତ୍ତିକ ପଦବିକୁ ନିୟମିତ କରି ୬ଟି ଇନ୍‌କ୍ରିମେଣ୍ଟ୍ ଦେବା ପାଇଁ ପ୍ରକାଶ କରାଯାଇଥିଲା। କିନ୍ତୁ ଏହି ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା। ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବଂଚିତ ହେଉଥିଲେ। ସେହିଭଳି ୨୦୧୬ ବ୍ୟାଚ୍‌ର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକ ୭ ବର୍ଷ ପରେ ବି ନିୟମିତ ହୋଇପାରୁନଥିଲେ।

ad-week
Leave A Reply

Your email address will not be published.