ଆମ୍ବ ଚୋରି କରିବାରୁ ପିଲାଙ୍କୁ ନିସ୍ତୁକ ମାଡ଼, ମେଡିକାଲରେ ଭର୍ତ୍ତି

add-all

ଭଦ୍ରକ : ବାଡିରୁ ଆମ୍ବ ତୋଳି ଖାଇବାରୁ କୁନି କୁନି ପିଲାଙ୍କୁ ନିସ୍ତୁକ ମାଡ଼ । ଆମ୍ବ ବଗିଚା ମାଲିକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ୫ ଜଣ ପିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଗାଁରେ । ଅସୁସ୍ଥ ପିଲାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ମାର୍କେଟ ସାହି ଅଞ୍ଚଳର ୫ଜଣ ନାବାଳକ ଗାଁର ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଆମ୍ବ ଗଛରୁ ଆମ୍ବ ଖାଇବା ପାଇଁ ଯାଇଥିଲେ। କିନ୍ତୁ ଆମ୍ବ ତୋଳିବା ବେଳେ ଗଛ ମାଲିକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ପରେ ମାଲିକ ୫ ଜଣ ପିଲାଙ୍କୁ ଏକ ବାଡ଼ିରେ ନିସ୍ତୁକ ପିଟିଥିଲେ। ଏପରି ପିଟିଥିଲେ ପିଲାଙ୍କ ପିଠିରେ ଦାଗ ବସିଯିବା ସହ କେତେକ ପିଲାଙ୍କ ପିଠି ଫାଟି ଯାଇଥିଲା। ପରେ ନିଜ ନିଜ ଭିତରେ ପିଟାପିଟି ହେବାକୁ କହିଥିଲେ । ଅଧିକ ମାଡ଼ ଭୟରେ ପିଲାମାନେ ନିଜ ନିଜ ଭିତରେ ପିଟାପିଟି ହୋଇଥିଲେ । ପିଲାଙ୍କ ଦେହ ସାରା ମାଡ଼ ଚିହ୍ନ ରହିଛି ।

ପିଲାମାନେ ଘରକୁ ଫେରି ଏନେଇ ପରିବାର ଲୋକଙ୍କୁ ଜଣାଇ ନଥିଲେ। ରାତିରେ ପିଲାମାନଙ୍କୁ ଜ୍ୱର ହେବା ସହ ପିଲାମାନଙ୍କ ପିଠିରେ ଦାଗ ଦେଖି ପରିବାର ଲୋକେ ଘଟଣା ସମ୍ପର୍କରେ ପଚାରିଥିଲେ। ପିଲାମାନେ ବାପାମା’ଙ୍କ ପାଖରେ ସବୁ କଥା କହିଥିଲେ। ଏନେଇ ଅଭିଭାବକମାନେ ଭଦ୍ରକ ଗ୍ରାମାଞ୍ଚଳରେ ଥାନାରେ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.