ଫାର୍ମରେ ଭୟଙ୍କର ବିସ୍ଫୋରଣ, ୧୮ ହଜାର ଗାଈ ମୃତ

add-all

ଟେକ୍ସାସର ସାଉଥଫର୍କ ଡାଏରୀ ଫାର୍ମରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟି ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ଘଟିଛି। ଗତ ମଙ୍ଗଳବାର ଏହି ଘଟଣା ଘଟିଛି। ଏହି ଡାଏରୀ ଫାର୍ମଟି ଏକ ପରିବାରର। ତେବେ କେଉଁ କାରଣରୁ ଫାର୍ମରେ ଏମିତି ଏକ ଅଘଟଣ ଘଟିଗଲା, ସେ ବିଷୟରେ କିଛି ଜଣାପଡ଼ି ନାହିଁ। ଫାର୍ମର ମାଲିକ ବି ଏନେଇ ମୁହଁ ଖୋଲି ନାହାନ୍ତି।

ଫାର୍ମରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ଓ ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ଘଟିସାରିଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେ ଫାର୍ମ ଭିତରେ ଫସି ରହିଥିଲେ। ଏହି ଘଟଣା ପରେ ଉକ୍ତ ସ୍ଥାନ ଦେଇ ଯାଇଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା।

ଏହି ଘଟଣା ପରେ ଆମେରିକାରେ କାର୍ଯ୍ୟ କରୁଥିବା ପ୍ରାଣୀଧନ ସୁରକ୍ଷା ସଂଗଠନ ଗୁଡ଼ିକ ସକ୍ରିୟ ହୋଇଯାଇଛନ୍ତି। ଏନିମଲ ୱେଲଫେୟାର ଇନଷ୍ଟିଚ୍ୟୁଟ୍ (ଏଡବ୍ଲ୍ୟୁଆଇ) ନାମକ ଏଭଳି ଏକ ବେଶ୍ ପୁରାତନ ସଂଗଠନ ଏଭଳି ଅଗ୍ନିକାଣ୍ଡ ଗୁଡ଼ିକୁ ରୋକିବାକୁ ନିୟମ ଆଣିବାକୁ ଦାବି କରିଛି। ପ୍ରାଣୀଧନଙ୍କୁ ନେଇ ଗଢ଼ିଉଠିଥିବା ଫାର୍ମ ଗୁଡ଼ିକରେ ପ୍ରତିବର୍ଷ ଅଗ୍ନିକାଣ୍ଡ ଘଟି ଶହ ଶହ ପ୍ରାଣୀଧନଙ୍କର ମୃତ୍ୟୁ ଘଟୁଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ଏଡବ୍ଲ୍ୟୁଆଇର ସୂଚନା ଅନୁଯାୟୀ, ଆମେରିକାର ଅଳ୍ପ କିଛି ରାଜ୍ୟରେ ପ୍ରାଣୀଧନଙ୍କୁ ଏଭଳି ଅଗ୍ନିକାଣ୍ଡରୁ ସୁରକ୍ଷା ଦେବାକୁ ଆଇନ ରହିଛି। କିନ୍ତୁ ଏଭଳି ଅଗ୍ନିକାଣ୍ଡରୁ ପ୍ରାଣୀଧନଙ୍କୁ ସୁରକ୍ଷା ଦେବାକୁ ଆମେରିକାରେ କୌଣସି ସଂଘୀୟ ନିୟମ ନାହିଁ।

ad-week
Leave A Reply

Your email address will not be published.