ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ

add-all

କାମାକ୍ଷାନଗର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତିଲେ ଯାତ୍ରୀ। ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ ପାଲହଡାରୁ ଯାତ୍ରୀନେଇ ଭୁବନେଶ୍ୱର ଯାଉଥିବାବେଳେ ବିଜାଡିହ ଛକନିକଟରେ ରାସ୍ତାତଳକୁ ଖସିଯାଇଥିଲା। ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ଅନୁମାନ କରାଯାଉଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଢେଙ୍କାନାଳରୁ କାମାକ୍ଷାନଗର ରାସ୍ତା ସଂପ୍ରାସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ମାଟି ପଡିଥିବା ବେଳେ ବସଟି ଦବି ଯିବା ସହ ତଳକୁ ଖସିଯାଇଥିଲା। ତେବେ ଏତେ ବଡ଼ ଦୁର୍ଘଟଣା ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ବସ୍‌ରୁ ବାହାରି ଆସିଥିଲେ । କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଛି ।

ad-week
Leave A Reply

Your email address will not be published.