ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ…

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ପାଇକସାହି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଦୋଳା ପଞ୍ଚାୟତ ଜୁରାଗଡ଼ିଆ ଗ୍ରାମର କଟିଆ ବାରିକଙ୍କ ୨୬ ବର୍ଷୀୟ ପୁଅ ତନୁଜ ବାରିକ ବୋଲି ଜଣା ପଡିଛି।

ତନୁଜ ନିଜ ଭଉଣୀ ଘର ଜଗନ୍ନାଥ ପ୍ରସାଦ ପଞ୍ଚାୟତ କହୁଣିଆ ସାହିରୁ ନିଜ ଘରକୁ ଫେରୁଥିବା ବେଳେ ପାଇକ ସାହି ଛକ ନିକଟରେ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ସେହି ରାସ୍ତା ଦେଇ ଆମ୍ବୁଲାନ୍ସ ଫେରୁଥିବା ବେଳେ ରାସ୍ତା କଡ଼ରେ ଗୁରୁତର ଅବସ୍ଥାରେ ଯୁବକଟିଏ ପଡ଼ିଥିବା ବେଳେ ତାକୁ ବାସୁଦେବପୁର ଡାକ୍ତର ଖାନାକୁ ନେଇ ଆସିଥିଲେ। ହେଲେ ଏଠାରେ ଡାକ୍ତର ତନୁଜକୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.