ଗାଁ ସୀମାକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଲେ ଦୁଇ ଉତ୍ତେଜନାକାରୀ

add-all

ଆନନ୍ଦପୁର: ସୀମା ବିବାଦକୁ କେନ୍ଦ୍ର କରି ଦୁଇ ଗାଁରେ ଗଣ୍ଡଗୋଳ। ଆନନ୍ଦପୁର ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବାଦକୁ ନେଇ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଦୋକାନ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକକୁ ନେଇ ଓରାଳି ଓ ଭଦ୍ରକ ଜିଲ୍ଲା ଆପଣ୍ଡା ମଧ୍ୟରେ ବିବାଦ ଦେଖା ଦେଇଛି । ବହୁ ବର୍ଷ ପୂର୍ବରୁ ଏହି ଛକଟି ଓରାଳି ଛକ ନାମରେ ନାମିତ ହୋଇଥିଲା। ହେଲେ ଆପଣ୍ଡା ଗାଁର ଲୋକମାନେ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରିବାକୁ ଦାବି କରି ଆସୁଥିଲେ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା।

ଆପଣ୍ଡା ଛକ ଲେଖାଯାଉଥିବା ସୂଚନା ଫଳକ ଲଗାଉଥିବାବେଳେ ଓରାଳି ଗାଁର କିଛି ଲୋକ ଏହାକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ। ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

ad-week
Leave A Reply

Your email address will not be published.