ବିଜେବି କଲେଜର ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବକ୍ସି ଜଗବନ୍ଧୁ ବିନାୟକ କଲେଜ’ର ଜଣେ ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଲେ ଶାଶ୍ବତ ପଣ୍ଡା। ବଡ଼ଗଡ଼ ଥାନା ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଶନିବାର ରାତିରେ ବିଜେବି କଲେଜ ପଛପଟରେ ଇଣ୍ଟିଗ୍ରେଟେଡ଼ ଏମ୍‌ବିଏ ଛାତ୍ର ଶାଶ୍ବତ ପଣ୍ଡାଙ୍କୁ କିଛି ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଶାଶ୍ବତଙ୍କୁ କାଚ ବୋତଲରେ ଆକ୍ରମଣ ହୋଇଥିଲା। ଗୁରୁତର ଶାଶ୍ବତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି।

ତେବେ ଆକ୍ରମଣ ଘଟଣାରେ ବଡ଼ଗଡ଼ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ଆଉ ଜଣେ ଅଣଛାତ୍ର ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.