ଜିଲ୍ଲାପାଳଙ୍କ ଘୋଷଣା, ସମ୍ୱଲପୁରରେ ଦୁଇ ଦିନ ବଢ଼ିଲା ସ୍କୁଲ୍‌ ଛୁଟି ଅବଧି

add-all

ସମ୍ୱଲପୁର: ସମ୍ୱଲପୁରରେ ଆଉ ଦୁଇ ଦିନ ବଢ଼ିଲା ସ୍କୁଲ୍‌ ଛୁଟି ଅବଧି। ଆସନ୍ତା ସୋମବାର, ମଙ୍ଗଳବାର ବନ୍ଦ ରହିବ ସ୍କୁଲ୍‌। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। ରାଜ୍ୟରେ ଖରାର ପ୍ରକୋପ ଜାରି ରହିଥିବା ବେଳେ ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର।

ସେହିପରି ଆସନ୍ତାକାଲିଠାରୁ ପୁଣି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢ଼େ ୧୧ ବଦଳରେ ସାଢ଼େ ୬ରୁ ୧୧ଟା ଯାଏଁ କ୍ଲାସ ଚାଲିବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳମାନେ ଚାହିଁଲେ କ୍ଲାସ୍ ଟାଇମିଂରେ ପରିବର୍ତ୍ତନ କରିପାରିବେ। ଗତକାଲି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । କାଲିଠୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ । ସ୍କୁଲରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା ।

ad-week
Leave A Reply

Your email address will not be published.