ଝାରସୁଗୁଡା ଉପ-ନିର୍ବାଚନ: ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର ନାଏକ

add-all

ଭୁବନେଶ୍ୱର : ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର। ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମହେନ୍ଦ୍ର। କଂଗ୍ରେସ ଛାଡି ବିଜେଡିରେ ମିଶିଲେ ୨୦୧୯ର କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାଏକ। ତେବେ ଉପ-ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ମହେନ୍ଦ୍ର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ମହେନ୍ଦ୍ର ୨୦୨୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨୮୮୨୩ ଖଣ୍ଡ ଭୋଟ ପାଇଥିଲେ।

ଏହାସହ ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବହୁ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି। ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡିରେ ସାମିଲ ହେଲେ ବୋଲି କହିଛନ୍ତି । ଆମର ସମର୍ଥନ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସହ ରହିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.