ଚଢ଼େଇ ଧରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ନାବାଳକଙ୍କ ମୃତ୍ୟୁ

add-all

ମାଲକାନଗିରି : ଚଢେଇ ଧରିବା ହେଲା କାଳ। ଚାଲିଗଲା ୨ ନାବାଳକଙ୍କ ଜୀବନ। ଗଛ ଉପରେ ଚଢ଼ି ଚଢ଼େଇ ଧରୁଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ୟର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତ ବାଳକ ଦୁଇ ଜଣ ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମି ଓ ମାଙ୍ଗା ମାଡ଼ି। ଜଣଙ୍କୁ ୭ବର୍ଷ ହୋଇଥିବା ବେଳେ ଜଣଙ୍କୁ ୯ବର୍ଷ ହୋଇଥିଲା। ଗଛ ଉପରେ ଚଢେଇ ବସିଥିବା ଦେଖି ଦୁଇ ଜଣ ଧରିବାକୁ ଯୋଜନା କରି ଚଢ଼ି ଯାଇଥିଲେ। ଚଢେଇ ଧରୁଥିବା ସମୟରେ ବିଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସି ତଳକୁ ଖସିପଡିଥିଲେ। ପରିବାର ଲୋକେ ଓ ଗ୍ରାମାବସୀ ପିଲା ଦୁଇଟିକୁ ତଳେ ପଡ଼ିଥିବା ଦେଖି ଦୌଡ଼ି ଆସିଥିଲେ। ତୁରନ୍ତ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ତାର ଲାଗି ଉଭୟଙ୍କ ମୁହଁ ପୋଡ଼ି ଯାଇଥିଲା। ୨ନାବାଳକଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.