ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ, ସତର୍କ ରହିବା ପରାମର୍ଶ ଦେଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ବର: ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ। ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ କେଶ ବଢୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛ ହୋମ ଆଇସୋ ଲେସନରେ ଥିବା ସଂକ୍ରମିତ ଙ୍କୁ ଅଧିକ ମନିଟରିଙ୍ଗ କରାଯାଉଛି। ବର୍ତ୍ତମାନ ସଂକ୍ରମଣ କେବେ କମିବ କହିବା ମୁସ୍କିଲ ହୋଇପଡିଛି । ପିକ ନେଇ ସାରିଥିବା ରାଜ୍ୟ ପ୍ଲାଟୋ ଷ୍ଟେଜକୁ ଆସି ଗଲାଣି ଷ୍ଟେବୁଲ ହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ ବୋଲି ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି ।

ଏହା ସହିତ ବର୍ଷା ଦିନ ପୂର୍ବରୁ ମ୍ୟାଲେରିଆ ଓ଼ ଡାଇରିଆ ଚିନ୍ତା ଘାରିଲାଣି। ପୂର୍ବରୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ମଧ୍ୟ କୁହାଯାଇଛି। ଏଥିସହିତ ବର୍ଷା ପୂର୍ବରୁ ସବୁ ଜଳ ଉତ୍ସ ବିଶୋଧନ କରିବାକୁ ଓ ପଂଚାୟତୀରାଜ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ad-week
Leave A Reply

Your email address will not be published.