ବେଦାନ୍ତ ଫେକର କାରଖାନାରେ ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି

add-all

ଭଦ୍ରକ : ବେଦାନ୍ତ ଫେକର କମ୍ପାନୀ ପରିସରରେ ବଢ଼ିଲା କଟକଣା ଅବଧି । ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି । ୨୨ ତାରିଖ ସକାଳ ୬ଟାରୁ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା ।

ସୂଚନା ଅନୁଯାୟୀ ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ ଗୁରୁତର ହୋଇଥିବା ଶ୍ରମିକ ବରପଦାର ବିଜୟ ମହାପାତ୍ରଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ସେ ଗୁରୁତର ଅବସ୍ଥାରେ ମୁମ୍ବାଇସ୍ଥିତ ନ୍ୟାସନାଲ ବର୍ଣ୍ଣ ସେଣ୍ଟରରେ ଚିକିତ୍ସାଧୀନ ଥିଲେ। ପୂର୍ବରୁ ଅନ୍ୟ ଗୁରୁତର ରାନ୍ଦିଆ କୋରାନ୍ଟ ଗ୍ରାମର ରତିକାନ୍ତ ସୁତାରଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ବେଦାନ୍ତ ଫେକର ଅଞ୍ଚଳରେ ପୁଣି ଥରେ ୭୨ ଘଣ୍ଟା ପର୍ଯ୍ଯନ୍ତ୧୪୪ ଧାରା ଜାରି କରାଯାଇଛି।

ad-week
Leave A Reply

Your email address will not be published.