ଯୁଦ୍ଧ ପାଇଁ ସୈନିକ ନିଯୁକ୍ତି ଅଭିଯାନକୁ ବ୍ୟାପକ କଲା ରୁଷ

add-all

ମସ୍କୋ: ଗତବର୍ଷ ଫେବ୍ରୁଆରି ୨୪ ତାରିଖରୁ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଛି ରୁଷିଆ । ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ଋଷିଆ ଏହାର ସୈନ୍ୟ ନିଯୁକ୍ତିକୁ ବ୍ୟାପକ କରିଛି। ୟୁକ୍ରେନ ବିରୋଧରେ ଲଢ଼ିବା ପାଇଁ ରୁଷ ପେସାଦାର ସୈନିକ ଖୋଜୁଛି। ପେସାଦାର ସୈନିକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିଡିଓ ବିଜ୍ଞାପନ ପ୍ରକାଶ କରିଛି। ରୁଷ୍‌ର ପ୍ରମୁଖ ସାମାଜିକ ନେଟୱର୍କିଂ ସାଇଟ୍‌ରେ ଉକ୍ତ ବିଜ୍ଞାପନ ଦେଖିବାକୁ ମିଳିଛି। ପ୍ରତିରକ୍ଷା ମନ୍ତ୍ରାଳୟ ସହିତ ଚୁକ୍ତି ସ୍ବାକ୍ଷର କରିବା ଲାଗି ଏଥିରେ କୁହାଯାଇଛି।

ଏଥିପାଇଁ ନିଯୁକ୍ତ ହେଉଥିବା ବ୍ୟକ୍ତିମାନଙ୍କୁ ମାସିକ ୨୦୪୦୦୦ ରୁବଲ୍ସ (୨୪୯୫ ଡଲାର) ଦରମା ପ୍ରଦାନ କରାଯିବ। ୟୁକ୍ରେନର ସେନାବଳକୁ ସୁଦୃଢ଼ କରିବା ପାଇଁ ରୁଷ୍‌ ୪ ଲକ୍ଷ ପର୍ଯ୍ୟନ୍ତ ପେସାଦାର ସୈନ୍ୟଙ୍କୁ ସ୍ବେଚ୍ଛାକୃତ ଭାବେ ନିଯୁକ୍ତ କରିବା ପାଇଁ ଆଗ୍ରହୀ ବୋଲି ବ୍ରିଟିସ ସାମରିକ ଗୁଇନ୍ଦା ଏବଂ ରୁଷିଆ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ବିଜ୍ଞାପନ ଦେଖିବାକୁ ମିଳିଛି। ୟୁକ୍ରେନ ସହିତ ‌ଚାଲିଥିବା ଯୁଦ୍ଧରେ ରୁଷର କେତେ ସୈନିକ ନିହତ ହେଲେଣି ତାହା ଏହି ଦେଶ ପ୍ରକାଶ କରି ନାହିଁ। କିନ୍ତୁ ନିକଟରେ ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ପକ୍ଷରୁ ହୋଇଥିବା ଏକ ଆକଳନର ଲିକ୍‌ ରିପୋର୍ଟରୁ ରୁଷ ପାଖାପାଖି ୪୩ ହଜାର ପର୍ଯ୍ୟନ୍ତ ସୈନିକ ହରାଇଲାଣି। ଅନ୍ୟପକ୍ଷରେ ୧୭୫୦୦ ୟୁକ୍ରେନୀୟଙ୍କ ମୃତ୍ୟୁ ହୋଇଛି ବୋଲି ଆକଳନ କରାଯାଇଛି।

ad-week
Leave A Reply

Your email address will not be published.