ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲା: ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ୱର :ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କ ମାମଲାର ହେବ ପୁନଃ ଶୁଣାଣି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ କରିଥିଲେ ଆବେଦନ। ଏଭଳି ଆବେଦନକୁ ସ୍ୱତନ୍ତ୍ର ଇଡି କୋର୍ଟ ଖାରଜ କରିଥିଲେ। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଶ୍ରଦ୍ଧାଞ୍ଜଳି। ଗିରଫଦାରୀ ଭୟରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି ବେହେରା।

ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ସ୍ୱତନ୍ତ୍ର ଇଡି କୋର୍ଟରେ ପୁନଶ୍ଚ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ଇଡି ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି ।

ad-week
Leave A Reply

Your email address will not be published.