ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ଦେଇଥିବା ଯୁବକ ଗିରଫ

add-all

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । କେରଳ ପୋଲିସ ଶନିବାର ରାତିରେ ଯୁବକଙ୍କୁ ଗିରଫ କରିଛି । ଆସନ୍ତାକାଲି ମୋଦି କେରଳ ଗସ୍ତରେ ଯିବେ। ଅଭିଯୁକ୍ତ ଜେଭିୟର ନିଜ ପଡୋଶୀଙ୍କୁ ବ୍ୟକ୍ତିଗତ ଝଗଡା ଯୋଗୁଁ ଫସାଇବା ପାଇଁ ସେ ଏଭଳି ଚିଠି ଲେଖିଥିଲେ । ଫରେନ୍ସିକ ଯାଞ୍ଚ ଦ୍ୱାରା ଲେଖାଯାଇଥିବା ଚିଠିରୁ ଧମକଦେଇଥିବା ଯୁବକକୁ ପୋଲିସ ଗିରଫ କରିଛି ।

କୋଚିର ଜଣେ ବ୍ୟକ୍ତି ଦ୍ୱାରା ମାଲାୟାଲମରେ ଲେଖାଯାଇଥିବା ଏକ ଚିଠିକୁ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଥିଲା। ସେ ଗତ ସପ୍ତାହରେ ପୋଲିସକୁ ଏହି ପତ୍ର ଦେଇଥିଲେ । ପୋଲିସ ଏହି ଚିଠିର ଅନୁସନ୍ଧାନ ଆରମ୍ଭ କରିବା ପରେ ସେଥିରେ ଏନ.କେ ଜନି ନାମକ ଜଣେ ବ୍ୟକ୍ତିଙ୍କ ଠିକଣା ଲେଖାଯାଇଥିଲା । ପୋଲିସ କର୍ମଚାରୀ ତାଙ୍କ ହାତଲେଖା ଓ ଚିଠିରେ ଲେଖାଯାଇଥିବା ହାତଲେଖାକୁ ଯାଞ୍ଚ କରିଥିଲେ। ତା’ପରେ ଉକ୍ତ ଚିଠିରେ ଥିବା ହାତଲେଖା ତାଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କେରଳ ଗସ୍ତ ସମୟରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ତା’ ସହିତ କୋଚି ୱାଟର ମେଟ୍ରୋର ଶୁଭାରମ୍ଭ କରିବେ। ତେବେ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ସମସ୍ତ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।

ad-week
Leave A Reply

Your email address will not be published.