ବିହାର ‘ବିଜେପି’ ମୁଖ୍ୟଙ୍କ ମନ୍ତବ୍ୟ ନିର୍ବୋଧତା: ନୀତୀଶ କୁମାର

ପାଟନା: ‘ବିଜେପି’ ନେତାମାନଙ୍କର ନୂତନ ପିଢ଼ିମାନେ ନିର୍ବୋଧ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ‘ବିଜେପି’ ସଭାପତି ସମ୍ରାଟ୍‌ ଚୌଧୁରୀ ଦେଇଥିବା ‘ମିଟ୍ଟି ମେ ମିଲା ଦେଙ୍ଗେ’ (ଓଡ଼ିଆରେ ‘ଧ୍ବଂସ କରିଦେବୁ’) ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି।

ନୀତୀଶ କହିଛନ୍ତି, ଏଭଳି ମନ୍ତବ୍ୟ ଦେଉଥିବା ‘ବିଜେପି’ ନେତାମାନେ ନିର୍ବୋଧ ହୋଇଥିବାରୁ ସେମାନଙ୍କ ଉପରେ ଟିପ୍ପଣୀ ଦେବାକୁ ଚାହୁଁନାହିଁ। ଯଦି ସେ ସେମିତି କହୁଛନ୍ତି, କୁହନ୍ତୁ। ଏଭଳି ଭାଷା କହୁଥିବା ବ୍ୟକ୍ତିଙ୍କର ବିଚାରବୋଧ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ସେ ବିରୋଧୀମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି ଏବଂ ଏଥିପାଇଁ ତାଙ୍କର କୌଣସି ବ୍ୟକ୍ତିଗତ ଅଭିଳାଷ ନାହିଁ। କେବଳ ଦେଶର ସ୍ବାର୍ଥ ପାଇଁ କାମରେ ଲାଗିଛନ୍ତି। ବିରୋଧୀ ଏକଜୁଟ ହୋଇ ରହିଲେ ଦେଶ ନିରାପଦ ରହିବ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ବିହାର ‘ବିଜେପି’ ମୁଖ୍ୟ ସମ୍ରାଟ ଚୌଧୁରୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଫିଆମାନଙ୍କୁ କଡ଼ା ଚେତାବନୀ ଦେବା ଢଙ୍ଗରେ ସାବଧାନ କରାଇ କହିଥିଲେ ଯେ, ‘ବିଜେପି’ ନେତାମାନେ ନୀତୀଶ କୁମାର ଓ ତାଙ୍କ ଦଳକୁ ଧ୍ବଂସ କରିଦେବେ।

ନୀତୀଶ କୁମାରଙ୍କୁ ତାତ୍ସଲ୍ୟ କରି ସମ୍ରାଟ୍‌ ଚୌଧୁରୀ ପୁଣି କହିଥିଲେ, ଜନତା ଆଉ ନୀତୀଶଙ୍କୁ ଦେଖିବାକୁ ଚାହୁଁନାହାନ୍ତି। ସେ ଏତେ ଥର ରାଜନୈତିକ ନୀତି ବଦଳାଇଲେଣି ଯେ, ‘ବିଜେପି’ କର୍ମୀମାନେ ଏବେ ତାଙ୍କ ଉପରେ ପ୍ରତିଶୋଧ ନେବେ। ୨୦୨୦ରେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିଲେ। ତା’ସତ୍ତ୍ବେ ସେ ମେଣ୍ଟରୁ ଓହରି ଗଲେ।

ad-week
Leave A Reply

Your email address will not be published.