ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା

add-all

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍‌ଲ୍ୟୁଏଫଆଇ) ସଭାପତି ତଥା ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧ‌ରେ ଆଣିଥିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ। ନ୍ୟାୟ ନମିଳିବାରୁ ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା। ଷ୍ଟାର ରେସଲର ଭିିନେଶ ଫୋଗାଟ ଜାନୁଆରି ମାସରେ ବ୍ରିଜ ଭୂଷଣଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଥିଲେ। ଏହାର ତଦନ୍ତ କରିବାକୁ ବିଶ୍ବ ବିଜୟିନୀ ମେରି କମ୍‌ଙ୍କ ନେତୃତ୍ବରେ ୫ ଜଣିଆ କମିଟି ଗଠନ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ନମିଳିିଥିବାରୁ ପୁଣି ଥରେ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି।

ଜାନୁଆରିରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଓ ସାକ୍ଷୀ ମଲିକ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଏବେ ପୁଣି ଥରେ ଧାରଣାରେ ବସିବା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ‌ବୋଲି କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାକ୍ଷୀ ମଲିକ କହିଛନ୍ତି, ୭ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ ବି ଏପର୍ଯ୍ୟନ୍ତ ଏତଲା ରୁଜୁ କରାଯାଇନାହିଁ। କଥା ହେବା ବୋଲି କହି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। କାହିଁକି ଏଭଳି ହେଉଛି ଆମେ ଜାଣିପାରୁନାହୁଁ। ପୂର୍ବରୁ ଦିଆଯାଇଥିବା ଅଭିଯୋଗର ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରାଯାଇଥିଲା, କିନ୍ତୁ କମିଟି କ’ଣ ଅନୁସନ୍ଧାନ କଲା ​​ଏବଂ ସେହି ଅନୁସନ୍ଧାନରୁ କ’ଣ ଜଣାପଡ଼ିଲା, ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ସେ ଆହୁରି କହିଛନ୍ତି, ଆମେ ଜାଣିନାହୁଁ ଯେ ବ୍ରିଜ ଭୂଷଣଙ୍କୁ କିଏ ବଞ୍ଚାଇବାକୁ ଚେଷ୍ଟା କରୁଛି। ହେଲେ ‌ଏବେ ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ। ଅନ୍ୟପକ୍ଷରେ ଦିଲ୍ଲୀ ମହିଳା କମିଶନ ରବିବାର ଦିନ ଡେପୁଟି କମିଶନରଙ୍କୁ ଏକ ନୋଟିସ ପଠାଇ ଯୌନ ଉତ୍ପୀଡ଼ନ ମାମଲାରେ ପଞ୍ଜୀକୃତ ହୋଇଥିବା ଏଫଆଇଆରର ବିବରଣୀ ମାଗିଛନ୍ତି।

ad-week
Leave A Reply

Your email address will not be published.