ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଲେ ସିଆରପିଏଫ ଅଫିସର

add-all

ରାୟଗଡ଼ା: ସିଆରପିଏଫ ଚତୁର୍ଥ ବାଟାଲିଆନର ମୁଖ୍ୟ କାର୍ଯ୍ୟାଳୟରେ ସେକେଣ୍ଡ ଇନ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ନିଜ ଘର ବିହାର ରାଜ୍ୟର ସୀତାମଣି ଗ୍ରାମରେ ବୋଲି ଜଣାପଡିଛି। ସେ ଗତ ୬ ମାସ ତଳେ ଝାରଖଣ୍ଡରୁ ରାୟଗଡା ପୋଷ୍ଟିଂ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ସୁନୀଲ ଆଜି ସକାଳେ ନିଜ ନିତ୍ୟକର୍ମ ସାରି ନିଜ କ୍ବାର୍ଟରରୁ ସକାଳୁ ବାହାରି ନିଜ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିଜ କ୍ବାର୍ଟରରୁ କାର୍ଯ୍ୟାଳୟ ପ୍ରାୟ ୧ କିଲୋମିଟର। ସକାଳ ଠିକ ୧୦ ଘଣ୍ଟା ସମୟରେ ନିଜ କାର୍ଯ୍ୟାଳୟର ବାଥ ରୁମକୁ ଯାଇ ନିଜର ଏକେ-୪୭ ବନ୍ଧୁକରେ ନିଜ ଛାତିକୁ ଗୁଳି ମାରିଥିଲେ। ବାଥରୁମରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳିପଡିଥିଲେ। ଗୁଳି ଶଦ୍ଦ ଶୁଣି ସୁନୀଲଙ୍କ କାର୍ଯ୍ୟାଳୟ ଭିତରକୁ କିଛି ଅଧିକାରୀ ଦୌଡି ଯାଇଥିଲେ।

ତେବେ ବାଥରୁମରେ ପଡିରହିଥିବା ଦେଖିବା ପରେ ତୁରନ୍ତ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ସିଆରପିଏଫ ଅଧିକାରୀମାନେ ତୁରନ୍ତ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତାଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କ ଛାତିରେ ଅନ୍ୟ କେଉଁଠି ଗୁଳି ରହିଛିକି ତାହାକୁ ଜାଣିବା ପାଇଁ ଶବକୁ ପୁଲିସ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଏକ୍ସରା କାଢ଼ିବା ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ କରାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଠାରେ ସୁନୀଲଙ୍କ ପତ୍ନୀ ମଧ୍ୟ ରହିଥିବା ଜଣାପଡିଛି। ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ରହସ୍ୟ ଖୋଲିବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.