ହାତୀ ଆକ୍ରମଣରେ କାନ୍ଥ ପଡ଼ି ବର୍ଷକର ଶିଶୁକନ୍ୟା ମୃତ

add-all

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ। ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ହାତୀ ଆକ୍ରମଣରେ ଏକ ବର୍ଷର ଶିଶୁକନ୍ୟା ମୃତ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ବାପା ସହିତ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ସୂଚନ ଅନୁଯାୟୀ ଗ୍ରାମର ଡାକ ମୁଣ୍ଡା ,ପତ୍ନୀ ରଶ୍ମିତା ଦୁଇ ଶିଶୁ କନ୍ୟାଙ୍କ ଖାଇସାରି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି ଘରକୁ ଭାଙ୍ଗିଦେଇଥିଲା। ଘରର କାନ୍ଥରେ ଚାପି ହୋଇରହିଯାଇଥିଲେ ପରିବାରର ସମସ୍ତ ସଦସ୍ୟ ସ୍ଥାନୀୟ ଲୋକେ ଖବର ପାଇ ସମସ୍ତଙ୍କୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ ସମସ୍ତଙ୍କୁ ଘଟଗାଁ ଡାକ୍ତରଖାନାରେ ଓ ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଏକ ବର୍ଷର ଶିଶୁକନ୍ୟା ମାନସି ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ବନବିଭାଗର ତଦନ୍ତ ଜାରି।

ad-week
Leave A Reply

Your email address will not be published.