5T ସଚିବଙ୍କ ସ୍କୁଲ ପରିଦର୍ଶନ, ପାଠପଢା ନେଇ ପିଲାଙ୍କ ସହ କଲେ ଆଲୋଚନା

add-all

କେନ୍ଦ୍ରାପଡା : ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଆଜି ଦ୍ୱିତୀୟ ଦିନରେ କେନ୍ଦ୍ରାପଡ଼ା ରାଜନଗର ଧାନଦିଆ ଠାରେ ଥିବା ଶକ୍ତି ଡାଏରୀ ଫାର୍ମରେ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌। ମିଶନ ଶକ୍ତି ଦ୍ୱାରା କରାଯାଇଥିବା ଏହି ଫାର୍ମରେ ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ତରାସ ନୋଡାଲ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଛନ୍ତି । ଏହି ସ୍କୁଲ 5Tରେ ରୂପାନ୍ତରିତ ହେବା ପରେ ପିଲାଙ୍କ ପାଠପଢା କିଭଳି ଚାଲିଛି, ସେ ସମ୍ପର୍କରେ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ।

ଆଜି ସକାଳୁ 5T ସଚିବଙ୍କ ବରାହଜୀଉ ମନ୍ଦିର ପରିଦର୍ଶନ କରି ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଥିଲେ । ମନ୍ଦିରର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସେବାୟତଙ୍କ ସହ କଥା ହୋଇଛନ୍ତି 5T ସଚିବ । ମନ୍ଦିର ବୁଲିବା ପରେ ଆଳିର ମିନି ଷ୍ଟାଡିୟମ ମଧ୍ୟ ବୁଲି ଦେଖିଥିଲେ ।

ad-week
Leave A Reply

Your email address will not be published.