‘ଆଟମିକ୍‌ ଏନର୍ଜି କମିସନ୍‌’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର୍‌ ଅଜିତ ମହାନ୍ତି

add-all

ନୂଆଦିଲ୍ଲୀ: ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର ଅଧ୍ୟକ୍ଷ ଭାବେ ‘ଭାବା ଆଟମିକ୍‌ ରିସର୍ଚ ସେଣ୍ଟର୍‌’ର ନିର୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି।
ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ସେ ଉପରୋକ୍ତ ପଦବୀରେ ୬୬ ବର୍ଷ ବୟସ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୫, ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ କିଂବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରହିବେ ବୋଲି ଶନିବାର ଦିନ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ଡକ୍ଟର୍‌ ଅଜିତ କୁମାର ମହାନ୍ତିଙ୍କୁ ୨୦୧୯ ମାର୍ଚ ୧୨ ତାରିଖରେ ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ୧୩ଶ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା।
୧୯୫୯ ଜନ୍ମିତ ଡକ୍ଟର ମହାନ୍ତି ୧୯୭୯ରେ ବାରିପଦାସ୍ଥିତ ‘ଏମ୍‌. ପି. ସି. କଲେଜ’ରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ୧୯୮୧ରେ କଟକସ୍ଥିତ ରେଭେନ୍‌ସା କଲେଜରୁ ସ୍ନାତକୋତ୍ତର କରିଥିଲେ। ଏହାପରେ, ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ଟ୍ରେନିଙ୍ଗ୍‌ ସ୍କୁଲ୍‌ରୁ ୨୬ତମ ବ୍ୟାଚ୍‌ରେ ସ୍ନାତକ ହାସଲ କରି ୧୯୮୩ରେ ସେ ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ‘ନ୍ୟୁକ୍ଲିୟର୍‌ ଫିଜିକ୍ସ୍‌ ଡିଭିଜନ୍’ରେ ଯୋଗ ଦେଇଥିଲେ। ଏହାଛଡ଼ା, ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ସେ ଡକ୍ଟରେଟ୍‌ ପାଇଥିଲେ।

ad-week
Leave A Reply

Your email address will not be published.