ସପ୍ତମ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

add-all

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା। ସପ୍ତମ ଦିନରେ ତୁମ୍ବରେ ବିନ୍ଧ କରାଯାଉଛି। ତିନି ରଥ ପାଇଁ ଆବଶ୍ୟକ ୪୨ଟି ଚକର ୪୨ଟି ତୁମ୍ବ ଗୋଲେଇ କରି ସୂତା ବାଡିଆ ଶେଷ ହେବା ପରେ ଗତକାଲି ଠାରୁ ତୁମ୍ବରେ ବିନ୍ଧ କରାଯାଉଛି। ତିନିରଥ ତୁମ୍ବ ଗୁଡିକରେ ପ୍ରାୟ ୮ ଯୋଡ଼ାରୁ ଉର୍ଦ୍ଧ୍ଵ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଏହାବ୍ୟତୀତ କରତି ସେବକମାନେ ତିନି ରଥର ଗୋଟିଏ ଗୋଟିଏ ତୁମ୍ବର ଘେର କାଟି ଯୋଗାଇଛନ୍ତି ।

ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ଟି ତୁମ୍ଭ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ଵକର୍ମା ଓ କରତି ସେବାୟତ। ରଥ ନିର୍ମାଣ କାର୍ଯ୍ୟ ସଠିକ ଭାବେ ଚାଲିବା ସହ ପ୍ରବଳ ଖରାକୁ ଦୃଷ୍ଟି ରେ ରଖି ରଥଖଳାରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଫ୍ୟାନ ବନ୍ଦୋବସ୍ତ କରାଯାଇଛି।

ad-week
Leave A Reply

Your email address will not be published.