ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ, କୁକୁରଙ୍କ ପାଇଁ ଆସିଲା ନୂଆ ନିୟମ

add-all

ଭୁବନେଶ୍ୱର : ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ। ଏଣିକି ଆପଣଙ୍କ କୁକୁର କାହାକୁ କାମୁଡିଲେ ଆପଣ ଗଣିବେ ବଡ଼ ତଣ୍ଡ। କୁକୁର ପାଳିବାକୁ ହେଲେ ଆପଣଙ୍କୁ ମାନିବାକୁ ପଡିବ ନୂଆ ନିୟମ। ଭୁବନେଶ୍ବରରେ ଲଗାତାର କୁକୁର କାମୁଡା ଘଟଣା ସାମ୍ନାକୁ ଆସୁଥିବା ବେଳେ ବିଏମସି ପ୍ରଣୟନ କରିଛି ଏହି ନୂଆ ନିୟମ। ଏଣିକି ଆପଣଙ୍କ ପୋଷା କୁକୁର ଅନ୍ୟକୁ କାମୁଡିଲେ ମାଲିକ ମାନଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ।

ସେହିପରି କୁକୁର ମାନଙ୍କୁ ଖୋଲା ସ୍ଥାନରେ ମଳତ୍ୟାଗ ତଥା ଖୋଲା ସ୍ଥାନରେ କୁକୁରର ମୃତଦେହ ଫୋପାଡିଲେ ମଧ୍ୟ କୁକୁର ମାଲିକଙ୍କୁ ୧୦ ହଜାର ଟଙ୍କା ଦଣ୍ଡିତ କରାଯିବ। ବିଏମସି କର୍ପୋରେସନ ବୈଠକରେ ଏହି ବାଇ ଲ ପ୍ରଣୟନ କରାଯାଇଛି। ନୂଆ ଡ୍ରାଫ୍ଟ ନିୟମାବଳୀ ଅନୁଯାୟୀ ଏଣିକି ଜଣେ ମାଲିକଙ୍କୁ ଦୁଇଟି କୁକୁର ରଖିବାକୁ ଅନୁମତି ଦିଆଯିବ। ଯଦି ସହର ବାହାରୁ କୌଣସି ପୋଷା କୁକୁର ଅଣାଯାଇଥାଏ ତେବେ ତୁରନ୍ତ ଏହାକୁ ଏକ ସପ୍ତାହ ମଧ୍ୟରେ ପଞ୍ଜୀକୃତ କରାଇବା ଆବଶ୍ୟକ। ୫୦୦ଟଙ୍କା ଦେୟରେ ମାଲିକ ମାନେ ସେମାନଙ୍କ କୁକୁରକୁ ପୁନଃ ପଞ୍ଜୀକୃତ ମଧ୍ୟ କରାଇପାରିବେ । ପଞ୍ଜୀକରଣ ପାଇଁ ଆବେଦନ ସମୟରେ ପ୍ରତିଷେଧକ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରିବେ କୁକୁର ମାଲିକ। ସେହିପରି ଏଣେତେଣେ ମୃତ କୁକୁରର ମୃତଦେହ ପକାଇବାକୁ ବାରଣ କରାଯାଇଥିବା ବେଳେ ଶବ ନେବା ପାଇଁ ବିଏମସି ପକ୍ଷରୁ ଏକ ଶବବୁହା ଗାଡି ଯୋଗାଇ ଦିଆଯିବ।

ad-week
Leave A Reply

Your email address will not be published.