ବଦଳାଗଲା ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ

add-all

ପଞ୍ଜାବ: ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ ମଙ୍ଗଳବାର ଠାରୁ ବଦଳି ଯାଇଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି,‘ ଏହି ପଦକ୍ଷେପ କେବଳ ବିଦ୍ୟୁତ୍ ସଞ୍ଚୟ କରିବାରେ ସହାୟକ ହେବ ନାହିଁ ବରଂ ଅନେକ ଲାଭ ମଧ୍ୟ ମିଳିବ। ରାଜ୍ୟର ସରକାରୀ ବିଭାଗଗୁଡ଼ିକର ସମୟ ପୂର୍ବରୁ ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଥିଲା। ମଇ ୨ ତାରିଖରୁ ଏହି ସମୟ ବଦଳି ଯାଇଛି। ଏଣିକି ସରକାରୀ କାର୍ଯ୍ୟାଳୟ ସକାଳ ୭.୩୦ରେ ଖୋଲିବ ଓ ଅପରାହ୍ନ ୨ଟାରେ ବନ୍ଦ ହୋଇଯିବ।
ଆଜି ନିଜ କର୍ମଚାରୀଙ୍କ ସହ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ଯେ, କାର୍ଯ୍ୟାଳୟର ଏହି ନୂତନ ସମୟ ଜୁଲାଇ ୧୫ ପର୍ଯ୍ୟନ୍ତ ଲାଗୁ ହେବ । ଏହାଦ୍ବାରା ଏହି ଅଢ଼େଇ ମାସ ମଧ୍ୟରେ ପ୍ରାୟ ୪୦ରୁ ୪୨ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆମେ କର୍ମଚାରୀ ଏବଂ ଲୋକଙ୍କ ସହ କଥା ହୋଇଥିଲୁ ଏବଂ ସମୟ ପରିବର୍ତ୍ତନ ବିଷୟରେ ଜଣାଇଥିଲୁ। ସେମାନେ ଏହି ନିଷ୍ପତ୍ତିରେ ସହମତ ହୋଇଥିଲେ। ଏତଦ ଦ୍ବାରା ବହୁ ମାତ୍ରାରେ ବିଜୁଳ ସଞ୍ଚୟ ହୋଇପାରିବ।
ଆଗକୁ ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି ଯେ ଯେତେବେଳେ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୨ ଟାରେ ବନ୍ଦ ହୋଇଯିବ, ଅନେକ ବୈଦ୍ୟୁତିକ ଉପକରଣ ବି ବନ୍ଦ ହେବ। ଏହାର ଅର୍ଥ ହେଉଛି ଦିନକୁ ପ୍ରାୟ ୩୫୦ ମେଗାୱାଟ ବିଜୁଳି କମ ବ୍ୟବହାର ହେବ। ଯାହାଫଳରେ ବିଦ୍ୟୁତ ବିଲରେ ମାସକୁ ପ୍ରାୟ ୧୬-୧୭ କୋଟି ଟଙ୍କା ସଞ୍ଚୟ ହୋଇପାରିବ।

ଏହି ନିୟମ ଜାରି ରହିଲେ ଜୁଲାଇ ୧୫ପର୍ଯ୍ୟନ୍ତ ମୋଟ ୪୦-୪୨ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ତେବେ କେବଳ ଯେ ବିଦ୍ୟୁତ୍ ସଞ୍ଚୟ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ତାହା ନୁହେଁ। ଆଗକୁ ଉତ୍ତାପ ବୃଦ୍ଧି ପାଇବ ବୋଲି କୁହାଯାଉଛି। ତେଣୁ ସକାଳୁ ଆସି କାମ ସାରି ଦେଇ ୨ଟାରେ ଘରକୁ କର୍ମଚାରୀ ଯାଇ ପାରିବେ। ଏତଦ ଦ୍ବାରା ସେମାନେ ଅନ୍ୟ କାମ ବି ସହଜରେ କରି ପାରିବେ। ଜୁଲାଇ ୧୫ ପରେ କର୍ମଚାରୀଙ୍କ ପ୍ରତିକ୍ରିୟା ନିଆଯିବ। ଏହାପରେ ଏହି ନିୟମ ଆଗକୁ ଲାଗୁ ହେବ କି ନାହିଁ ସେଦିଗରେ ବିଚାର କରାଯିବ।

ad-week
Leave A Reply

Your email address will not be published.