ବଦଳିବ ଓଡ଼ିଶା ବୋଟ ନିୟମ: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ

add-all

ଭୁବନେଶ୍ବର: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ। ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ସୋଲାର ବୋଟ। ଏହି ବୋଟ ଚାଲିବା ଦ୍ଵାରା ବର୍ଷକୁ ପରିବହନ ଖର୍ଚ୍ଚ ୭ ଲକ୍ଷ ଟଙ୍କା କମିଯିବ। ପରୀକ୍ଷଣ ସଫଳ ହେଲେ ରାଜ୍ୟର ଅନ୍ୟ ଜଳପଥରେ ଚଲାଯିବ ସୋଲାର ବୋଟ। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ।

ସେ ଆହୁରି କହିଛନ୍ତି, ୧୯ ବର୍ଷ ପରେ ବଦଳିବ ଓଡ଼ିଶା ବୋଟ ନିୟମ। ଦୁଇ ମାସ ଭିତରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ। କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ। ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଦିଆଯିବ ଗୁରୁତ୍ୱ। ନୂଆ ନିୟମ ଅନୁସାରେ ସାରା ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ, ଯାହାର ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। ଯାତ୍ରୀଙ୍କ ସହ ଜଳପଥରେ ବଢ଼ିବ ପଣ୍ୟ କାରବାର। ସମୁଦ୍ର, ନଦୀ ଓ ହ୍ରଦରେ ଚାଲିବ ଯାତ୍ରୀବାହୀ ବୋଟ। ବୋଟ ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ନୂଆ ବୋଟ ଅଧିନିୟମ ନେଇ ବିଚାରବିମର୍ଶ ଚାଲିଛି।

ad-week
Leave A Reply

Your email address will not be published.