ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା, ବିରାଟ ପଟୁଆରରେ ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କଲେ ମା’

add-all

ବ୍ରହ୍ମପୁର: ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା। ପ୍ରତି ୨ ବର୍ଷରେ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ ମା’ ବୁଢୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ମା’ ସାଆନ୍ତାଣୀ, ଝିଅ ରୂପେ ବାପ ଘରକୁ ଯାଇଥାନ୍ତି।

ଯାତ୍ରା ଅବସରରେ ମା’ ଗତ ୪ ତାରିଖରେ ବିରାଟ ପଟୁଆରରେ ବାପ ଘରେ ବିଜେ କରିଥିଲେ ମା’। ୨୮ ଦିନ ବାପୀ ଘରେ ଲୀଳା ଖେଳା ସାରି ମା’ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ କେ ବିରାଟ ପଟୁଆରରେ ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମା’ଙ୍କ ଯାତ୍ରା ପାଇଁ ଏବେ ପୁଣି ଅପେକ୍ଷା ଦୁଇ ବର୍ଷକୁ।

ଏଥିପାଇଁ ଗତକାଲି ରାତିରେ ଦେଶୀ ବେହେରା ସାହିରୁ ମୁଖ୍ୟ ମନ୍ଦିର ଯାଏଁ ସୃଷ୍ଟି ହୋଇଥିଲା ଜନସମୁଦ୍ର । ପରମ୍ପରା ଅନୁଯାଇ ଅସ୍ଥାୟୀ ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଦେଶୀ ବେହେରାଙ୍କ ଧର୍ମପତ୍ନୀ ଦେବକୀ ମାଆଙ୍କ ମୁଖ୍ୟ ଘଟକୁ ମଥାରେ ଧାରଣ କରିବା ପରେ ବାହାରିଥିଲା ବିଦାୟ ପଟୁଆର ।

ସାଥୀରେ ଥିଲେ ୮ଟି ପାର୍ଶ୍ୱର ଘଟ । ଆଉ ପଛରେ ହଜାର ହଜାର ମାନସିକଧାରୀ ମହିଳା ମଥାରେ ଘଟ ଧାରଣ କରି ପଟୁଆରରେ ଚାଲିଥିଲେ । ଢୋଲ, ମହୁରୀ, ଚାଙ୍ଗୁ ବାଜାରେ ପ୍ରକମ୍ପିତ ହେଉଥିଲା ପୂରା ପରିବେଶ । ପରଭା ନୃତ୍ୟ ସହ ଘଣ୍ଟ, ମୃଦଙ୍ଗ, ତାଳ ଆଦି ମନ୍ତ୍ରମୁଗ୍ଧ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

ad-week
Leave A Reply

Your email address will not be published.