ମଦୁଆର ହାତଗୋଡ଼ ବାନ୍ଧି ପୋଲିସ୍ ଜିମା ଦେଲେ ମହିଳା

add-all

ନରଙ୍ଗପୁର: ମଦ୍ୟପଙ୍କୁ ମହିଳାଙ୍କ “ପେଣ୍ଟଟେଡ୍ ମେଡ଼ିସିନ” । ମଦ ପିଇଲେ କିମ୍ବା ମଦ ରାନ୍ଧିଲେ ମହିଳା ଙ୍କ ଦ୍ୱାରା ନିଆଯିବ କାର୍ଯ୍ଯାନୁଷ୍ଠାନ l କାର୍ଯ୍ଯାନୁଷ୍ଠାନ ଏପରି ହେବ ଯେ ମଦ୍ୟପ ଜଣକ ଆଉ କେବେ ମଦ ପିଇବାକୁ ସାହସ କରିବ ନାହିଁ। ଏଭଳି ଲକ୍ଷ୍ୟ ନେଇଁ ମଇଦାନକୁ ଓଲ୍ଲାଇଛନ୍ତି ଗ୍ରାମର ଶତାଧିକ ମହିଳା । ଯେଉଁଠି ମଦ୍ୟପ କୁ ଦେଖିଲେ, ଗୋଡ଼କୁ ରଶିରେ ବାନ୍ଧି ପୋଲିସ ରେ ଜିମା ଦେଉଛନ୍ତି । ଏଭଳି ଏକ ଦୃଶ୍ଯ ନଜରକୁ ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଚିତ୍ରକୋଟ ଗ୍ରାମରେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବା ସହ ମହିଳା ଙ୍କ ଏହି ମଦ ବିରୋଧୀ ଅଭିଯାନଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି।

ଗତକାଲି ଚିତ୍ରକୋଟ ଗ୍ରାମରେ ଜନୈକ ଯୁବକ ଅମାନିଆ ହୋଇ ମଦ୍ୟପାନ କରି ଗ୍ରାମର ମହିଳାଙ୍କୁ ଅଭଦ୍ର ଟିପ୍ପଣୀ କରିବା ସହ ଗାଁ ମଝିରେ ଦିନ ଦ୍ଵିପ୍ରହରରେ ପାଟିତୁଣ୍ଡ କରୁଥିଲେ। ତାଙ୍କୁ ଲୋକେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମହିଳା ମାନଙ୍କ ଏହି “ମଦ ବନ୍ଦ ନୀତି” କୁ ସମାଲୋଚନା କରି ମହିଳା ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଯାହାକୁ ନେଇଁ ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ଯୁବକକୁ ଘେରି ଯାଇ ଗୋଡ଼ ହାତକୁ ରଶି ସାହାଯ୍ଯରେ ବାନ୍ଧି ପୋଲିସ କୁ ସୂଚନା ଦେଇଥିଲେ। ତେନ୍ତୁଳୀଖୁଣ୍ଟି ପୋଲିସ ଘଟଣା ସ୍ଥଳକୁ ଆସି ଉକ୍ତ ମଦ୍ୟପ ଯୁବକ କୁ କାବୁ କରି ତେନ୍ତୁଳୀଖୁଣ୍ଟି ଥାନା କୁ ନେଇଯାଇଥିଲେ। ଯାହାର ଭିଡିଓ ବର୍ତମାନ ଭାଇରଲ ହେଉଥିବା ଯୋଗୁଁ ଅନେକାଂଶ ଲୋକ ମହିଳା ମାନଙ୍କୁ ପ୍ରଶଂସା କରୁଥିବା ଅନ୍ଯ ମଦୁଆମାନେ କାଳେ ସେମାନଙ୍କ ଉପରେ ବି ମହିଳା ମାନେ କାର୍ଯ୍ଯାନୁଷ୍ଠାନ ନେଇପାରନ୍ତି ଭାବି ଘରେ ଘରେ ଲୁଚୁଛନ୍ତି।

ଅନ୍ଯପଟେ ମଦ ଦ୍ୱାରା ଘର ଓ ପରିବାର ନଷ୍ଟ ହେଉଛି। ମୁଖ୍ଯତଃ ଘରର ମୁରବିମାନେ ମଦ ନିଶାରେ ରହିବା ଦ୍ୱାରା ତା’ର କୁପ୍ରଭାବ ଘରର କୁନି କୁନି ଛୁଆ ଉପରେ ପଡିବା ସହ ଅନେକ ଯୁବକ ମଦ ଦ୍ୱାରା ହେଉଥିବା ରୋଗରେ ପଡି ମୃତ୍ୟୁବରଣ କରୁଥିବା ଅଭିଯୋଗ ଆଣିଛନ୍ତି ଏହି ମହିଳାଗୋଷ୍ଠୀମାନେ। ଯେଉଁଥି ପାଇଁ ଗ୍ରାମକୁ ସବୁଦିନ ପାଇଁ ମଦ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ଗୋଷ୍ଠୀ। ଅନ୍ଯପଟେ ତେନ୍ତୁଳୀଖୁଣ୍ଟି ଥାନା SDPO ଆଦିତ୍ୟ ସେନ କହିଛନ୍ତି ଯେ ମଦୁଆଙ୍କ ପରିବାରକୂ ଡାକି ନିଶା କମିଲା ପରେ ଜେନେରାଲ ଡ଼ାଇରୀ କରି ଛାଡିଦିଆଯାଇଛି।

ad-week
Leave A Reply

Your email address will not be published.