କାଦୁଅରେ ଗୋଡ଼ ଖସି ତଳେ କଚାଡ଼ି ପଡ଼ିଲେ ବିଜେପି ସାଂସଦ ମେନକା ଗାନ୍ଧୀ

add-all

ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ସୁଲତାନପୁରରେ ପୌରପାଳିକା ନିର୍ବାଚନ ପ୍ରଚାର ପାଇଁ ସୋମବାର ସନ୍ଧ୍ୟା ୭ଟାରେ ବିଜେପି ସାଂସଦ ମେନକା ଗାନ୍ଧୀ ଘାସିଗଞ୍ଜ ୱାର୍ଡରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମସ୍ଥଳଠାରୁ କିଛି ଦୂରରେ ତାଙ୍କ ଗାଡ଼ି ଅଟକିଥିଲା ଏବଂ ସେ କାର୍‌ରୁ ଓହ୍ଲାଇ ଚାଲି ଚାଲି କାର୍ଯ୍ୟକ୍ରମସ୍ଥଳ ଆଡ଼କୁ ଯାଉଥିଲେ। ହେଲେ ଠିକ୍‌ ଏହି ସମୟରେ ତାଙ୍କ ଗୋଡ଼ କାଦୁଅରେ ଖସିଯାଇଥିଲା।

ବର୍ଷା ଯୋଗୁ ରାସ୍ତା କାଦୁଅରେ ପରିପୂର୍ଣ୍ଣ ଥିବାରୁ ମେନକା ଗାନ୍ଧୀଙ୍କ ପାଦ ଖସିଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମେନକା ଗାନ୍ଧୀ ତଳେ ପଡ଼ିଯିବା ମାତ୍ରେ ଦୁଇ ସମର୍ଥକ ତାଙ୍କୁ ସାହାରା ଦେଇ ତଳୁ ଉଠାଇ ନେଇଥିଲେ। ତେବେ ଆଶ୍ୱସ୍ତିକର କଥା ଯେ ଏଥିରେ ତାଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ। ଏହି ଘଟଣା ପରେ ବି ସେ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକଙ୍କୁ ସମ୍ବୋଧିତ କରିଥିଲେ।

କୁହାଯାଉଛି ଯେ ଦିନରେ ପ୍ରବଳ କୁଆପଥର ବର୍ଷା ହୋଇଥିଲା। ଏଥିଯୋଗୁ ସହରର ବିଭିନ୍ନ ଜାଗାରେ ବର୍ଷାପାଣି ଜମି ରହିଥିଲା ଏବଂ ରାସ୍ତାଘାଟ କାଦୁଅରେ ଭରିଯାଇଥିଲା। ରାସ୍ତାରେ ଯାଉଥିବା ଗାଡ଼ିମୋଟରର ଚକ ମଧ୍ୟ ସ୍ଲିପ୍‌ କରୁଥିଲା। ଏଭଳି ସ୍ଥିତିରେ ମେନକା ଗାନ୍ଧୀ କାରରୁ ଓହ୍ଲାଇ ପାଦରେ ଚାଲିବା ଆରମ୍ଭ କରିଥିଲେ।

କହି ରଖୁଛୁ, ବିଜେପି ସୁଲତାନପୁରରୁ ପୂର୍ବତନ ନଗରପାଳିକା ଅଧ୍ୟକ୍ଷ ପ୍ରବୀଣ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ସାଂସଦ ମେନକା ଗାନ୍ଧୀ ସୋମବାର ରାତିରେ ପୌରପାଳିକାର ୱାର୍ଡ ନମ୍ବର ୧୫ ଘାସିଗଞ୍ଜରେ ପହଞ୍ଚିଥିଲେ।

ad-week
Leave A Reply

Your email address will not be published.