ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ..! 

add-all

ଭୁବନେଶ୍ବର: ଆଗାମୀ ଶୁକ୍ରବାର ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ତାଙ୍କ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସମ୍ଭାବନା ରହିଛି।  ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ସେ ନେଇ ସମସ୍ତଙ୍କର ଉତ୍ସୁକତା ରହିଛି। ନୀତୀଶ କୁମାର ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ବିହାରରେ ଜୋର୍‌ ଧରିଥିଲେ ବି ଏଯାଏ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ଏଥିପାଇଁ ବିଭିନ୍ନ ଆଞ୍ଚଳିକ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି। ଏହା ଆଗରୁ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ମଧ୍ୟ ଭେଟି ସାରିଛନ୍ତି।

ଏହି ସାକ୍ଷାତ-ଆଲୋଚନା କାଳରେ ବିଜେପି ବିରୋଧୀ ମେଣ୍ଟ ଗଠନ ଦିଗରେ ଚର୍ଚ୍ଚା ହୋଇଥିବା ନେଇ ଆକଳନ ହୋଇଥିଲା। ଏପରିକି ଗତ କିଛି ଦିନ ପୂର୍ବେ ମମତା ବାନାର୍ଜୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଥିଲା।

‌ତେବେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖୁଥିବା ନବୀନ ନୀତୀଶଙ୍କ ଏହି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ। କାରଣ ଏହି ତୃତୀୟ ସାମ୍ମୁଖ୍ୟରେ କଂଗ୍ରେସ ମଧ୍ୟ ରହିଛି। ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିକଟରେ ଭେଟିଛନ୍ତି। ଏଭଳିସ୍ଥଳେ ତୃତୀୟ ସାମ୍ମୁଖ୍ୟରେ ବିଜେଡିର ଯୋଗଦାନ ସମ୍ଭାବନା ଯଥେଷ୍ଟ କମ।

ad-week
Leave A Reply

Your email address will not be published.