ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

add-all

ବ୍ରହ୍ମପୁର :ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆସିକା ରୋଡର ନୂଆ କାଳୁ ପାତ୍ର ସାହି ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁଳସୀ ନଗର ଅଞ୍ଚଳର ମୋହନ ରାଓ।

ଆଜି ସକାଳେ ମୋହନ କୌଣସି କାମରେ ସ୍କୁଟି ନେଇ ଫାଷ୍ଟ ଗେଟ୍ ଆଡ଼କୁ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ମୋହନ ସ୍କୁଟିରୁ ତଳକୁ ଛିଟିକି ତଳେ ପଡ଼ି ଯାଇଥିଲେ। ପରେ ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। 

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଡ୍ରାଇଭର ଓ ଟ୍ରକକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.