ମୁଗ ଭାଗବଣ୍ଟାକୁ ନେଇ ପୁଅ-ବୋହୂଙ୍କୁ ହାଣି ଦେଲେ

add-all

କେନ୍ଦ୍ରାପଡ଼ା : ବିଲରେ ମୁଗ ଭାଗବଣ୍ଟାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁରେ ଘଟିଛି ଏହି ଘଟଣା। ଆହତ ଦ୍ୱୟ ହେଉଛନ୍ତି ସହଦେବ ବେହେରା ଓ ତାଙ୍କ ପତ୍ନୀ। ଅଭିଯୁକ୍ତଙ୍କ ନାଁ ପଞ୍ଚାନନ ବେହେରା।

ମୁଗ ଚାଷ କରିବା ପାଇଁ ଗାଁର ପଞ୍ଚାନନ ବେହେରା ତାଙ୍କ ଜମିକୁ ଗାଁର ଜଣେ ଚାଷୀଙ୍କୁ ଭାଗ ଦେଇଥିଲେ। ସେହି ଜମିରୁ ଅମଳ ହୋଇଥିବା ମୁଗକୁ ଆଜି ଭାଗବଣ୍ଟା କରାଯାଉଥିଲା। ସେଥିପାଇଁ ପଞ୍ଚାନନ ପୁଅ ସହଦେବଙ୍କୁ ସାଙ୍ଗରେ ନେଇ ବିଲକୁ ଯାଇଥିଲେ। ମୁଗ ଭାଗବଣ୍ଟାକୁ ନେଇ ଭାଗ ଚାଷୀ ଓ ପଞ୍ଚାନନଙ୍କ ମଧ୍ୟରେ ବଚସା ହୋଇଥିଲା। ଅମଳ ହୋଇଥିବା ମୁଗରୁ ଅଧିକ ଭାଗ ନେବା ପାଇଁ ଜିଦ୍ ଧରିଥିଲେ ପଞ୍ଚାନନ। କିନ୍ତୁ ସହଦେବ ବାପାଙ୍କ କଥାରେ ସହମତ ହୋଇ ନଥିଲେ ଓ ସେଠାରୁ ଚାଲି ଆସିଥିଲେ।

ପଞ୍ଚାନନ ଏହି କଥାରେ ରାଗି ଯାଇଥିଲେ। ଘରକୁ ଫେରିବା ପରେ ଉତ୍‌କ୍ଷିପ୍ତ ପଞ୍ଚାନନ ଭୁଜାଲିରେ ତାଙ୍କ ବୋହୂଙ୍କୁ ଆକ୍ରମଣ କରିଥିଲେ। ପତ୍ନୀଙ୍କ ଚିତ୍କାର ଶୁଣି ସହଦେବ ଦୌଡ଼ି ଆସିଥିଲେ। ସେ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ବାପା ପଞ୍ଚାନନ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ସହଦେବ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଳି ପୁଲିସ୍ ଅଭିଯୁକ୍ତ ପଞ୍ଚାନନ ସାହୁଙ୍କୁ ଥାନାରେ ରଖି ପଚରାଉଚରା କରୁଛି।

ad-week
Leave A Reply

Your email address will not be published.