ମେ’ ୨୩ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ମନୀଷ ସିସୋଦିଆ

add-all

ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ଆପ୍‌ ନେତାଙ୍କୁ ମିଳିନି କୌଣସି ପ୍ରକାରର ଆଶ୍ୱସ୍ତି। ଆଜି ତାଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତରେ ରହିବା ଅବଧିକୁ ଏପରି ବୃଦ୍ଧି କରାଯାଇଛି।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଶନିବାର କୋର୍ଟଙ୍କୁ କହିଥିଲା ଯେ ଅଭିଯୁକ୍ତ ମନୀଷ ସିସୋଦିଆଙ୍କ କାର୍ଯ୍ୟକଳାପ ଯୋଗୁ ଅବକାରୀ ନୀତି ଯୋଗୁ ୬୨୨ କୋଟିର ବେଆଇନ କାରବାର ହୋଇଛି। ଆଜି ଇଡି ତାଙ୍କୁ ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ତାଙ୍କୁ ମେ’ ୨୩ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଅନ୍ୟପକ୍ଷରେ ଇଡି ପକ୍ଷରୁ ଦାଖଲ କରାଯାଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଉପରେ କୋର୍ଟ ମେ’ ୧୦ରେ ବିଚାର କରିବେ ବୋଲି କହିଛନ୍ତି। ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ର ସଫ୍ଟ କପିକୁ ସିଡି/ଡିଭିଡି/ପେନ ଡ୍ରାଇଭର ଦ୍ୱାରା ମେ’ ୮ ସୁଦ୍ଧା ଦାଖଲ କରିବାକୁ ମଧ୍ୟ କୋର୍ଟ ଇଡିକୁ କହିଛନ୍ତି।
ଇଡି ୨ ହଜାର ପୃଷ୍ଠାର ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ସିସୋଦିଆଙ୍କ ବିରୋଧରେ ପ୍ରଥମଥର ଦାଖଲ କରିଥିଲା। ଏଥିରେ ଇଡି ସିସୋଦିଆଙ୍କୁ ପୂରା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରଥମେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ତାଙ୍କ ରିମାଣ୍ଡ ଅବଧି ସରିବା ପରେ କୋର୍ଟ ତାଙ୍କୁ ତିହାର ଜେଲ ପଠାଇ ଦେଇଥିଲେ। ତେବେ ମାର୍ଚ୍ଚ ୯ରେ ଇଡି ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କୁ ପୁଣି ଗିରଫ କରିଥିଲା। ସେ ପୂର୍ବଭଳି ତିହାର ଜେଲରେ ହିଁ ରହିଛନ୍ତି।

ad-week
Leave A Reply

Your email address will not be published.