ଆଲିସାନ ସିନେମା ହଲ୍‌ ଗଣ୍ଡଗୋଳ ମାମଲା: ଜେଲ୍‌ରୁ ବାହାରିଲେ ସାଲୁଜାଙ୍କ ପୁଅଙ୍କ ସମେତ ୭ ଜଣ

add-all

ପାଟଣାଗଡ଼: ଆଲିସାନ ସିନେମା ହଲରେ ଗଣ୍ଡଗୋଳ ମାମଲାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜାଙ୍କ ସମେତ ମୋଟ ୭ ଜଣ ଜେଲରୁ ବାହାରିଛନ୍ତି। ଜେଲରୁ ବାହାରିଥିବା ବ୍ୟକ୍ତିମାନେ ହେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜା(୩୨), ଅଜୟ ଅଗ୍ରୱାଲ(୪୦), ବିକି ଓରଫ ବିକାଶ ଅଗ୍ରୱାଲ(୩୭), ବିପୁଲ ମାରୁ(୩୭), ରାଜା ପାତ୍ର (୨୩), ରାକେଶ ସେଠ ଓ ହରିଆନାର ସିରଶା ଜିଲ୍ଲା ଡାବୁବାଲି ମଣ୍ଡି ଥାନା ଅନ୍ତର୍ଗତ ଧରମବୀର ଗୁପ୍ତା(୩୧)।

ଫେବ୍ରୁଆରି ୧ ତାରିଖରେ ବେଲପଡା ଥାନା ଅଧିନରେ ଥିବା ଆଲିସାନ ସିନେମା ହଲରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳକୁ ନେଇ ଆଲିସାନ ସିନେମା ହଲ ମାଲିକ ବେଲପହା ଥାନାରେ ତାଙ୍କୁ ଆକ୍ରମଣ କରା ଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ବେଲପଡା ପୁଲିସ କେସ ନଂ ୨୪ରେ ଏକ ମାମାଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଦର୍ଶାଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜା, ଅଜୟ ଅଗ୍ରୱାଲ, ବିକି ଓରଫ ବିକାଶ ଅଗ୍ରୱାଲ, ବିପୁଲ ମାରୁ, ରାଜା ପାତ୍ର, ରାକେଶ ସେଠ ଓ ହରିଆନାର ସିରଶା ଜିଲ୍ଲା ଡାବୁବାଲି ମଣ୍ଡି ଥାନା ଅନ୍ତର୍ଗତ ଧରମବୀର ଗୁପ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ସମୟରେ ଜାମିନ ନମଞ୍ଜୁର ହେବାରୁ ସେମାନଙ୍କୁ ପାଟଣାଗଡ ଜେଲକୁ ପଠାଇ ଦିଆ ଯାଇଥିଲା। ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ଜାମିନ ନାମଞ୍ଜୁର ହୋଇଥିଲା।

ପରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠାରେ ଜାମିନ ଆବେଦନର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଜାମିନ ଦେଇଥିବା ଜଣାପଡିଛି। ଉକ୍ତ ଜାମିନ କାଗଜ ସ୍ଥାନୀୟ/ପାଟଣାଗଡ଼ ଏସଡିଜେଏମ କୋର୍ଟରେ ଦାଖଲ କରିବା ପରେ ସେଜିଙ୍କ ସହ ଆଉ ୬ ଜଣଙ୍କୁ ସର୍ତ୍ତ ମୂଳକ ଜାମିନରେ ଜେଲରୁ ବାହାରିବା ପାଇଁ ଆଦେଶ ଦେଇଥିବା ଜଣାପଡିଛି। ଫଳରେ ଜେଲରେ ଥିବା ସେଜିଙ୍କୁ ମିଶାଇ ୭ ଜଣ ଜାମିନରେ ବାହାରିଥିବା ନେଇ ଜଣାପଡିଛି। ତାଙ୍କୁ ନେବା ପାଇଁ ତାଙ୍କ ଓକିଲ ବିଷ୍ଣୁ ପ୍ରସାଦ ଶର୍ମାଙ୍କ ସହ ତାଙ୍କ ଭାଇ ଓ ବନ୍ଧୁ ତଥା ସମ୍ପର୍କୀୟମାନେ ପାଟଣାଗଡ଼ ଜେଲ ପରିସରକୁ ପହଞ୍ଚିଥିଲେ।

ad-week
Leave A Reply

Your email address will not be published.