ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ୩ ମାସରେ ତୃତୀୟ ଘଟଣା

add-all

ଭୋପାଳ : ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଚିତା ପ୍ରୋଜେକ୍ଟକୁ ପୁଣି ଶକ୍ତ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଗୋଟିଏ ଚିତା ପୁଣି ଆଖି ବୁଜିଛି। ମାଈ ଚିତା ଦକ୍ଷାର ମୃତ୍ୟୁ କୌଣସି ରୋଗ ପାଇଁ ନୁହେଁ, ବରଂ ସଂଘର୍ଷ ଯୋଗୁ ହୋଇଛି। କୁନୋ ଜାତୀୟ ଉଦ୍ୟାନରେ ରହିଥିବା ବାଘଗୁଡ଼ିକ ମଧ୍ୟରେ ଆଜି ସଂଘର୍ଷ ହୋଇଥିଲା।
ଏହି ସମୟରେ ଦକ୍ଷା ଗୁରୁତର ଆହତ ହୋଇଥିଲା। ଆଜି ସକାଳ ପ୍ରାୟ ୧୦ଟା ବେଳେ ତାକୁ ପାର୍କର କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଖି ବୁଜିଥିଲା।
ଗତ ୩ ମାସ ମଧ୍ୟରେ ଏହା ତୃତୀୟ ଘଟଣା। ଏହାପୂର୍ବରୁ ବିଦେଶରୁ ଆସିଥିବା ଆଉ ଦୁଇଟି ଚିତା ମଧ୍ୟ ପ୍ରାଣ ହରାଇଥିଲେ। ଜାତୀୟ ପାର୍କକୁ ଇତି ମଧ୍ୟରେ ଭାରତ ସରକାର ମୋଟ ୨୦ଟି ଚିତା ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମାର୍ଚ୍ଚ, ଗୋଟିଏ ଏପ୍ରିଲ ଓ ଆଜି ଆଉ ଗୋଟିଏ ବାଘ ପ୍ରାଣ ହରାଇଛି।
ମାର୍ଚ୍ଚ ମାସରେ ସାଶା ନାମକ ଚିତା ବାଘ କିଡ୍‌ନୀ ଜନିତ ସମସ୍ୟା ଯୋଗୁ ଆଖି ବୁଜିଥିଲା। ଏହି ମାଈ ଚିତାଟି ଭାରତକୁ ଆସିବା ପୂର୍ବରୁ ହିଁ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲା। ଜାନୁଆରୀ ୨୩ରେ ସେ ଅସୁସ୍ଥ ଅନୁଭବ କରିଥିଲା। ସେ ଧୀରେଧୀରେ ଦୁର୍ବଳ ହେଉଥିବାରୁ ଅଧିକାରୀମାନେ ତା’କୁ ଟ୍ରାଙ୍କୁଲାଇଜଡ୍‌ କରି ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ମାର୍ଚ୍ଚ ମାସରେ ତା’ର ମୃତ୍ୟୁ ହୋଇଥିଲା। ସେହିପରି ଏପ୍ରିଲ ମାସରେ ଉଦୟ ନାମକ ଆଉ ଗୋଟିଏ ଚିତା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା।

ad-week
Leave A Reply

Your email address will not be published.