ଗିରଫ ପୂର୍ବରୁ ଭିଡିଓବାର୍ତ୍ତା ଦେଲେ ଇମ୍ରାନ

add-all

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଛି । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି । ଇମ୍ରାନ ଏକ ମାମଲାର ଶୁଣାଣିରେ ଯୋଗ ଦେବାକୁ ହାଇକୋର୍ଟ ଆସିଥିବାବେଳେ ତାଙ୍କୁ ରେଞ୍ଜର୍ସ ପକ୍ଷରୁ ଗିରଫ କରାଯାଇଥିଲା । ତେବେ ଏହି ଗିରଫ ପରେ ଇମ୍ରାନ ଖାନଙ୍କ ଏକ ଭିଡିଓ, ପିଟିଆଇର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଅପଲୋଡ୍ କରାଯାଇଥିଲା। ଏହି ଭିଡିଓରେ ଇମ୍ରାନ ଖାନ କହିଛନ୍ତି ଯେ ମୋର କଥା ଆପଣଙ୍କ ପାଖରେ ପହଞ୍ଚିବା ବେଳକୁ ମୁଁ ଏକ ବେଆଇନ ମାମଲାରେ ଜେଲ ଭିତରେ ଥିବି | ପାକିସ୍ତାନର ଲୋକମାନଙ୍କ ସାମ୍ନାରେ ଏହା ସ୍ପଷ୍ଟ ହୋଇଯିବା ଉଚିତ୍ ଯେ ଆମ ସମ୍ବିଧାନ ଏବଂ ଆମ ଗଣତନ୍ତ୍ର ଦ୍ୱାରା ଆମକୁ ଦିଆଯାଇଥିବା ମୌଳିକ ଅଧିକାରକୁ କବର ଦିଆଯାଇଛି |
ଏହା ହୋଇପାରେ ଯେ ଭିଡିଓ ଦେଖିବା ବେଳକୁ ମୁଁ ଆପଣମାନଙ୍କ ସହ କଥା ହେବାର ସୁଯୋଗ ନ ପାଇପାରେ | ତେଣୁ ମୁଁ ଆପଣମାନଙ୍କୁ ଦୁଇ ତିନିଟି କଥା କହିବାକୁ ଚାହେଁ | ସର୍ବପ୍ରଥମେ, ପାକିସ୍ତାନର ଲୋକମାନେ ମୋତେ ୫୦ ବର୍ଷ ଧରି ଜାଣନ୍ତି, ମୁଁ କେବେ ବି ସମ୍ବିଧାନ ବିରୁଦ୍ଧରେ ଯାଇ ନାହିଁ, କୌଣସି ଆଇନ ଭାଙ୍ଗି ନାହିଁ। ମୁଁ କୌଣସି ଆଇନ ଭାଙ୍ଗିଛି ବୋଲି ଏହା ଘଟୁନାହିଁ ବରଂ ଅଧିକାର ପାଇବାର ସଂଗ୍ରାମରୁ କିଭଳି ଓହରିଯିବି ସେଥିପାଇଁ ଏସବୁ କରାଯାଉଛି |ତେବେ ଆପଣମାନଙ୍କୁ ନିଜ ଅଧିକାର ପାଇଁ ଲଢ଼ିବାକୁ ବାହାରକୁ ଆସିବାକୁ ପଡିବ, କାରଣ ସ୍ୱାଧୀନତା ପାଇଁ ସଂଗ୍ରାମ କରିବାକୁ ପଡିବ | ସମୟ ଆସିଛି, ଆପଣମାନେ ନିଜ ଅଧିକାର ପାଇଁ ବାହାରକୁ ବାହାରନ୍ତୁ |

ad-week
Leave A Reply

Your email address will not be published.