ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ

add-all

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧରେ କ୍ରମାଗତ ଭାବେ ଦ୍ବିତୀୟ ଦିନରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ସୋମବାର ୪୨ ଡିଗ୍ରି ଛୁଇଁଥିଲା ବେଳେ ମଙ୍ଗଳବାର ଏହା ୪୨.୫ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଝାରସୁଗୁଡ଼ାରେ ୪୨.୪, ବଲାଙ୍ଗୀର ୪୧.୭ ଓ ତାଳଚେର ୪୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁର, ରାଉରକେଲାରେ ତାପମାତ୍ରା ୪୧.୪ ଥିବା ବେଳେ ଅନୁଗୁଳ ଓ ସୁନ୍ଦରଗଡ଼ରେ ଏହା ୪୧.୧ ଡିଗ୍ରି ଅନୁଭୂତ ହୋଇଛି।

ସେହିପରି କେନ୍ଦ୍ରାପଡ଼ାରେ ୪୧, ସୋନପୁରରେ ୪୦.୯, ହୀରାକୁଦରେ ୪୦.୬, ଟିଟିଲାଗଡ଼ରେ ୪୦.୫, ନୟାଗଡ଼ରେ ୪୦.୩, ବାରିପଦାରେ ୪୦.୨, ଚାନ୍ଦବାଲିରେ ୪୦.୧, କଟକ, ଜଗତସିଂହପୁର ଓ ଭବାନୀପାଟଣାରେ ପାରା ୪୦ ଡିଗ୍ରି ଛୁଇଁଛି।

ad-week
Leave A Reply

Your email address will not be published.