ଭାରତପେ’ର ପୂର୍ବତନ ନିର୍ଦ୍ଦେଶକଙ୍କ ନାଁରେ ୮୧ କୋଟି ଟଙ୍କା ହଡ଼ପ ଅଭିଯୋଗ

add-all

ନୂଆଦିଲ୍ଲୀ : ଫିନଟେକ କମ୍ପାନୀ ଭାରତପେ’ (BharatPe) ର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭର ପୁଣି ଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅଶନୀର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ର ଅପରାଧ ଶାଖା ମାମଲା ରୁଜୁ କରିଛି। ଉଭୟ ଗ୍ରୋଭର ପତିପତ୍ନୀଙ୍କ ଉପରେ କମ୍ପାନୀର ୮୧ କୋଟି ଟଙ୍କାକୁ ଚଞ୍ଚକତା କରି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ହୋଇଛି।
ସାର୍କ ଟାଙ୍କ ଶୋ’ର ଜଜ୍‌ ସିଟ୍‌ରେ ବସି ଲାଇମଲାଇଟ୍‌କୁ ଆସିଥିବା ଅଶନୀର ଗ୍ରୋଭରଙ୍କ ପିଛା ଛାଡ଼ୁନି ବିବାଦ । ଅଶନୀର ପୂର୍ବରୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଥିବା ବେଳେ ତାଙ୍କ ପତ୍ନୀ ମାଧୁରୀ ଜଏଣ୍ଟ ଡାଇରେକ୍ଟର ଏଚଆର ଥିଲେ। ହେଲେ ବିବାଦ କାରଣରୁ ପୂର୍ବରୁ କମ୍ପାନୀ ବୋର୍ଡ ପକ୍ଷରୁ ଅଶନୀରଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଥିଲା।
ଉଭୟ ପତିପତ୍ନୀ ଭାରତପେ’ରେ ବଡ଼ ପଦବୀରେ କାର୍ଯ୍ୟରତ ଥିବା ବେଳେ ଏହି ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ନକଲି ଇନ୍‌ଭଏସ୍‌ କରି କମ୍ପାନୀ ଆକାଉଣ୍ଟରୁ ୮୧ କୋଟି ଟଙ୍କା ନିଜ ସମ୍ପର୍କୀୟ ଓ ନିକଟତମଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ପୁଲିସ୍‌ ଏବେ ଏହି ମାମଲାର ଖୋଳତାଡ଼ କରୁଥିବା ବେଳେ ଖୁବ୍‌ ଶୀଘ୍ର ଗ୍ରୋଭର ଦମ୍ପତିଙ୍କୁ ପଚରାଉଚରା ନିମନ୍ତେ ଡାକିବ ବୋଲି ଜଣାଯାଇଛି।
ଭାରତପେ’ କମ୍ପାନୀ ପକ୍ଷରୁ ପୁଲିସ୍‌ର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ଗତ ୧୫ ମାସ ହେଲା ଭାରତପେ’ କମ୍ପାନୀ, ବୋର୍ଡ ତଥା କର୍ମଚାରୀଙ୍କ ବିରୋଧରେ ଅଶନୀର ଷଡଯନ୍ତ୍ର କରି ଚାଲିଛନ୍ତି । ଦିଲ୍ଲୀ ପୁଲିସ୍‌ର ଖୋଳତାଡ଼ ପରେ ତାଙ୍କର ସବୁ କଳା କାରନାମା ସାମନାକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.