‘ସବୁ ରାଜ୍ୟର ଆଦିବାସୀ ସଂସ୍କୃତିକୁ ନେଇ ବିବରଣାତ୍ମକ ପୁସ୍ତକ ତିଆରି ହେଉ’

add-all

ଭୁବନେଶ୍ୱର : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଓଡ଼ିଶାର ସଂସ୍କୃତି ଆଧାରିତ ପୁସ୍ତକ ‘ଇମେଜିଂ ଓଡ଼ିଶା’ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ସହ ଆଦିବାସୀ ଓ ଲୋକସଂସ୍କୃତିର ପ୍ରଚାର ପ୍ରସାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷକରି ବିଭିନ୍ନ ରାଜ୍ୟର ଆଦିବାସୀ ସଂସ୍କୃତିକୁ ନେଇ ଫଟୋ ସହ ବିବରଣାତ୍ମକ ପୁସ୍ତକ ପ୍ରସ୍ତୁତ କରାଯିବା ଉପରେ ରାଷ୍ଟ୍ରପତି ଗୁରୁତ୍ବାରୋପ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଓଡ଼ିଶାରେ ରାଜ୍ୟରେ ୬୨ପ୍ରକାର ଜନଜାତି ବାସ କରନ୍ତି। ସେମାନଙ୍କ ସଂସ୍କୃତି ଓ ବିଭିନ୍ନ କଳାର ଫଟୋ ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରାଯିବାର ଆବଶ୍ୟକତା ରହିଛି। ଏବେ ପାରମ୍ପରିକ କଳା ଓ ସଂସ୍କୃତି ହଜିଗଲାଣି। ନିଜ ସ୍ମୃତିରୁ ସେ କହିଥିଲେ ଯେ ପିଲାଦିନେ ସେ ବିଭିନ୍ନ ରଙ୍ଗର କାନ୍ଥଚିତ୍ର କରୁଥିଲେ। ଏହାବ୍ୟତୀତ ଟସର ସୂତାରେ ବସ୍ତ୍ର ବୁଣିବାର ଅଭିଜ୍ଞତା ଉପରେ ମଧ୍ୟ କହିଥିଲେ। କିନ୍ତୁ ଉପଯୁକ୍ତ ଦର ମିଳୁନଥିବାରୁ ଏବେ ହସ୍ତତନ୍ତର ଚାହିଦା ଲୋପ ପାଇବାକୁ ବସିଲାଣି। ତେଣୁ ହସ୍ତତନ୍ତର ପ୍ରଚାର ପ୍ରସାର ଓ ବ୍ରାଣ୍ଡିଂ କରାଯିବା ଉପରେ ସେ ଜୋର୍‌ ଦେଇଥିଲେ।

ad-week
Leave A Reply

Your email address will not be published.